ଖଡ଼ିଆଳ: ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଖଡ଼ିଆଳରେ ବନ୍ଦ ପାଳିତ ହୋଇଛି। ଖଡ଼ିଆଳ ଉପଖଣ୍ଡ ସ୍ତରୀୟ ବନ୍ଦ ପାଳନରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନେତୃତ୍ୱରେ ବନ୍ଦ ପାଳନ ହେଉଥିବା ବେଳେ ଆଗାମୀ ଦିନରେ ଦର ହ୍ରାସ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ପ୍ରକାଶ କରିଛନ୍ତି। ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଏବଂ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିରେ ଜିଲ୍ଲା ବନ୍ଦ ହୋଇଅଛି।

Advertisment

ଏହି ବନ୍ଦ ସକାଳ ୭ଟା ରୁ ଅପରାହ୍ନ ୧ଟା ଯାଏଁ ପାଳିତ ହୋଇଥିଲା। ଅଖଚକ ବନ୍ଦ ରହିଥିବା ବେଳେ କଂଗ୍ରେସ କର୍ମୀମାନେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଏବଂ ଖୋଲା ହୋଇଥିବା ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ଜିଲ୍ଲା ଯୁବ ସଭାପତି କପିଳ ଭୋଇ, ହୀରାଧର ମେହେର , ସନ୍ତୁ ପଟନାୟକ,ସତପାଳ ଛାବଡା, ଗିରିଧାରୀ ବିଭାର, ସୁନୀଲ ବିଭାର, ବାବୁ ପଟନାୟକ ,ଅକ୍ଷୟ ନନ୍ଦ ତଥା ଶତାଧିକ କଂଗ୍ରେସ କର୍ମୀ ଏହି ବନ୍ଦରେ ଭାଗ ଦେଇଥିଲେ।