ନୂଆପଡ଼ା : କାନ୍ଥ ଭୁଷୁଡ଼ି ବୃଦ୍ଧ ମୃତ

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଶୋଇ ଥିବା ବେଳେ ଘରର ମାଟି କାନ୍ଥ ଭୁଷୁଡି ପଡିବାରୁ ଜଣେ ବୃଦ୍ଧ ମୣତ୍ୟୁବରଣ କରିଛନ୍ତି ।

କୋମନା ଥାନା ମିଛାପାଲି ପଞ୍ଚାୟତ ବିଶିବାହାଲ ଗାଁର ତ୍ରିନାଥ ଭୋଇ(୬୫ବର୍ଷ) ଗତ ରାତିରେ ନିଜ ଘରେ ଶୋଇ ଥିଲେ । ଲଗାଣ ବର୍ଷା ଯୋଗୁଁ ଗତ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଷୁଡି ପଡି ତାଙ୍କ ଉପରେ ପଡି ଯାଇ ଥିଲା । ପରିବାର ଲୋକ ଶବ୍ଦ ହେବାରୁ ଦେଖି ଆସି ଥିଲେ । କାନ୍ଥ ପଡି ତ୍ରିନାଥ ମରି ଯାଇ ଥିବା ଜାଣି ଥିଲେ ।  ସୂଚନା ପାଇ  କୋମନା  ସହକାରୀ ତହସିଲଦାର ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ପଠାଇଛନ୍ତି । ଶେଷ ଖବର ମିଳିବା ପର୍ର୍ଯର୍ଯ୍ର୍ଯ୍ନ

ସମ୍ବନ୍ଧିତ ଖବର