ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚାଷୀମାନଙ୍କ ସମସ୍ୟା ପିଛା ଛାଡୁନାହିଁ। ନିଜ ଉପାର୍ଜନ ଫସଲକୁ ବିକ୍ରି କରିବା ଦିନ ରାତି ମଣ୍ଡିରେ ସଂର୍ଘଷ କରୁଛି ଚାଷୀ। ହେଲେ ଚାଷୀଙ୍କ ଧାନ ବିକ୍ରି ନହୋଇ ମଣ୍ଡିରେ ଅଦିନିଆ ବର୍ଷାରେ ନଷ୍ଟ ହେବା ଫଛରେ ଦାୟୀ କିଏ?
ସରକାରଠାରୁ ଚାଷୀମାନେ ଟୋକନ ପାଇ ମଣ୍ଡିକୁ ଧାନ ଆଣୁଛନ୍ତି। ହେଲେ ମଣ୍ଡିରେ ୮ରୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ମଣ୍ଡିରୁ ମିଲର୍ସ ଧାନ ନେବାକୁ ଅସୁନାହିଁ, ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ନଷ୍ଟ ହେଇଛି। ସଂପୂର୍ଣ୍ଣ ଭାବେ ଜିଲ୍ଲାରେ ମିଲର୍ସମାନଙ୍କୁ ରାଜୁତି ଯାଲୁଥିବା ବେଲେ ଜିଲ୍ଲାପାଳ ଓ ଯୋଗାଣ ବିଭାଗର କଥାକୁ ମଧ୍ୟ ମିଲର୍ସମାନେ ଖାତିର କରୁନାହନ୍ତି। ଯାହାଫଳରେ ଜିଲ୍ଲାରେ ୨ ଦିନ ହେବ ଅଦିନିଆ ବର୍ଷାରେ ୪୦ ହଜାର ରୁର୍ଦ୍ଧ ଧାନ ବସ୍ତା ନଷ୍ଟ ହେବ, ଏଥିପାଇଁ ସଂପୁର୍ଣ୍ଣ ଭାବେ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଦାୟୀ ବୋଲି ଚାଷୀମାନେ ଦାବି କରିଛନ୍ତି। ଏହି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନର କ୍ଷତିପୂଣ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ନଦେଲେ ଅନ୍ଦୋଳନ କରିବାକୁ ଚାଷୀ ନେତା କହିଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଧାନକ୍ରୟ ବୈଠକରେ ଜିଲ୍ଲାପାଳ ଧାନକିଣାରେ ଚାଷୀଙ୍କ କୌଣସି ଅସୁବିଧା ହେଲେ କାହାକୁ ମଧ୍ୟ ଛଡାଯିବ ନାହିଁ ବୋଲି କହିଥିଲେ। ଜିଲ୍ଲାପାଳ ନିର୍ଦେଶ ପରେ ମିଲର୍ସ ଓ ଯୋଗାଣ ବିଭାଗ ଖାତିର କରୁନହନ୍ତି। ରାଜ୍ୟ ପାଣିପାଗ ବିଭାଗ ନୂଆପଡ଼ାରେ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ରହିଛି। ସେଥିପାଇଁ ଜିଲ୍ଲାର ମଣ୍ଡିରେ ଥିବା ଚାଷୀଙ୍କ ଧାନ ଉଠାଣ କରିବାକୁ ଚିଠି ମଧ୍ୟ କରାଯାଇଛି। ଯୋଗାଣ ବିଭାଗ ଓ ମିଲର୍ସଙ୍କ ଅବହେଳା ହେତୁ ଜିଲ୍ଲାରେ ୪୦ ହଜାର ବସ୍ତା ଧାନ ମଣ୍ଡିରେ ପଡି ବର୍ଷାରେ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କୁରୁମପୁରୁ ମଣ୍ଡିରେ ଏକ ସପ୍ତାହ ହେବ ୮ ହଜାର ୮୬୧ ବସ୍ତା ଧାନମଣ୍ଡିରେ ରହିଥିଲେ ମଧ୍ୟ ମିଲର୍ସ କିମ୍ବା ଯୋଗାଣ ବିଭାଗର ଦେଖା ନାହିଁ। ନୂଆପଡ଼ା ଆରଏମସି ଦାୟିତ୍ବରେ ଥିବା ବିବେକାନନ୍ଦ ମହାନ୍ଦନ ମଣ୍ଡିକୁ ଯାଇ ତଦାରଖ କରିଥିଲେ। ହେଲେ ବର୍ତ୍ତମାନ ମିଲର୍ସମାନେ ବର୍ଷାରେ ଧାନ ନଷ୍ଟ ହୋଇଥିବା କହି ବିଭନ୍ନ ବାହାନା କରି ଚାଷୀ ମାନଙ୍କଠାରୁ ୫ରୁ ୧୦ କେଜି କଟନିଛଟନି କରୁଥିଲେ ବି ଯୋଗାଣ ବିଭାଗ ଜାଣି ମଧ୍ୟ ଚୁପ୍ ହୋଇ ଥିବା ବେଳେ ଚାଷୀମାନେ ଦିନକୁ ଦିନ ପ୍ରଶାସନର ଅବହେଳା ହେତୁ ଶୋଷଣର ଶିକାର ହେଇଛନ୍ତି।