ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଆରମ୍ଭ 

ନୂଆପଡ଼ା :  ଖରିଫ ୨୦୨୦-୨୧ ବର୍ଷ ଧାନ ସଂଗ୍ରହ ପାଇଁ ବୁଧବାର ଦିନ ନୂଆପଡ଼ା ଜିଲ୍ଲା ଆରଏମସି ଠାରେ ଜିଲ୍ଲା ଯୋଗାଣ ବିଭାଗ ଅଦିକାରୀ କୃଷ୍ଣ ଚନ୍ଦ୍ର ସେଠୀ ଉପସ୍ଥିତ ରହି ମଣ୍ଡିକୁ ଉଦଘାଟନ କରିଛନ୍ତି । ପରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିିଂ ଆରଏମସିକୁ ପହଞ୍ଚି ଚାଷୀଙ୍କ ଠାରୁ କିପରି ଧାନ ସଂଗ୍ରହ କରାଯାଉଛି ତାହା ଉପରେ ତଦାରଖ କରିଥିଲେ ।

ପ୍ରଥମ ଦିନରେ ୧୭ ଜଣ ଚାଷୀଙ୍କୁ ଟୋକନ୍ ଦିଆଯାଇଥିବା ବେଳେ ସେହି ଚାଷୀ ମାନଙ୍କ ଠାରୁ ଆଜି ଯୋଗଣ ବିଭାଗ ଧାନ କ୍ରୟ କରିବ ବୋଲି ଯୋଗାଣ ବିଭାଗ ଠାରୁ ପ୍ରକାଶ । ସେପରି ଚଳିତ ବର୍ଷ ୨୦୨୦-୨୧ ଖରିଫ ଫସଲ ପାଇଁ ଜିଲ୍ଲାକୁ ୮ଲକ୍ଷ ୭୩ ହଜାର ୫୨୯.୪୧ କ୍ବିଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । ୨୬ଟି ପେକ୍ସ ଓ ୨୨ ଟି ଏସଏଚଜି ଗ୍ରୁପ ଥିବା ବେଳେ ୭୮ଟି ମଣ୍ତି ରେ ଧାନ କ୍ରୟ କରାଯିବ। ଚଳିତ ବର୍ଷ ପେକ୍ସରେ୨୮ ହଜାର୨୦୯ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୨୧ ଟି ଏସଏଚଜି ଗ୍ରୁପ ମାନଙ୍କରେ ୫୫୩୨ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି ।

ଜିଲ୍ଲାରେ ଚଳିତ ବର୍ଷ ମୋଟ ୩୩ ହଜାର ୭୪୧ ଜଣ ଚାଷୀ ନାମପଞ୍ଜୀକରଣ କରିଛନ୍ତି । ଜିଲ୍ଲାରେ ଅସାଧୁ ବ୍ୟବସାୟୀ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଧାନ ଆଣି ଜିଲ୍ଲାରେ ଧାନ ସଂଗ୍ରହ କେନ୍ଦ୍ରରେ ଯେପରି ବିକ୍ରି ନ କରନ୍ତି ସେଥିପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ସ୍କ୍ବାଡ଼୍ ଗଠନ କରାଯାଇଛି । ଏହି ୩ଟି ସ୍କ୍ବାଡ଼୍ ଜିଲ୍ଲାରେ ଆସୁଥିବା ଛତିଶଗଡ଼ ଧାନ ଜଗିବାକୁ ନିର୍ଦେଶ ଦେଇଛନ୍ତି ।  ଆଜି ମଣ୍ଡି ଉଦଘାଟନ ସୟରେ ନୂଆପଡ଼ା ଯୋଗାଣ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ଆର.ଏମ.ସି ସଂପାଦକ ବିହାରିଲାଲ ଦାସ, ଏ.ଆର.ସି.ଏସ ଭିକାରୀ ସେଠ୍ ସହ ଆର.ଏମସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର