ନୂଆପଡ଼ା: ପଞ୍ଚାୟତର ବିକାଶ ପାଇଁ ୯ ମାସର ଗର୍ଭବତୀ ସାହିପାଲ ଗ୍ରାମର ପ୍ରିୟଙ୍କା ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପଞ୍ଚାୟତରେ ଦିନକୁ ଦିନ ଦୁର୍ନୀତି ବଢିଚାଲିଥିବାରୁ ଏଥିରେ ଅତିଷ୍ଠ ହୋଇ ୯ ମାସର ଗର୍ଭବତୀ ପ୍ରିୟଙ୍କା ସରପଞ୍ଚ ପଦବି ଲାଗି ପ୍ରାର୍ଥୀ ହୋଇଛନ୍ତି।।
ପ୍ରିୟଙ୍କା ସକାଳୁ ସକାଳୁ ପ୍ରଚାର କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଏଠାକାର ବହୁ ଗରିବ ରାସନକାର୍ଡ ଓ ଭତ୍ତା ପାଇନାହାନ୍ତି। ଆବାସ ଘର ପାଇ ନାହାନ୍ତି। ନିର୍ବାଚନରେ ବିଜୟୀ ହେଲେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/af5c06c8-8413-4824-a877-c9e62fdaaf64.jpg)