ନିର୍ବାଚନ ମଇଦାନରେ ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ: ଚାଲିଛି ଗୁରୁଶିଷ୍ୟଙ୍କ ଲଢ଼େଇ

ନୂଆପଡ଼ା: ନିର୍ବାଚନ ମଇଦାନରେ ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ। ଦୀର୍ଘ ୪୦ ଧରି ଶିକ୍ଷକତା ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ପଞ୍ଚୟତର ଦାୟିତ୍ଵ ନେବା ପାଇଁ ଆଗଭର ହୋଇ ନିର୍ବାଚନ ଲଢ଼ୁଛନ୍ତି। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରିଷିଗାଁର ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ସିଂହ ବାବୁ। ବର୍ତ୍ତମାନ ସେ ରିଷିଗାଁ ପଞ୍ଚୟତର ସରପଞ୍ଚ ପ୍ରାର୍ଥ। ରିଷିଗାଁ ପଞ୍ଚୟତର ସରପଞ୍ଚ ପଦବୀ ପାଇଁ ମୋଟ ୯ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

୨୦୦୬ରେ .ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତେବେ ସବୁଠାରୁ ମଜା କଥା ହେଲା  ଅନ୍ୟ ଯେଉଁ ୮ଜଣ ନିର୍ବାଚନ ଲଢ଼ୁଛନ୍ତି, କିଏ ତାଙ୍କର ଶିଷ୍ୟ ତ ସେବାରେ ନିଜକୁ ନିୟୋଜିତ କରି ନିଜ ଅନ୍ୟ କେଉଁ ପ୍ରାର୍ଥୀ ତାଙ୍କର ଶିଷ୍ୟଙ୍କ ପୁଅ। ଗାଁ ତଥା ପଞ୍ଚାୟତ ବିକାଶ କରିବା ଫଳରେ ଏଠାରେ ସରପଞ୍ଚ ନିର୍ବାଚନ ପାଇଁ ଆଗଭର ହୋଇଛନ୍ତି। ବର୍ତ୍ତମାନ ଏକ ପ୍ରକାର ଗୁରୁଶିଷ୍ୟଙ୍କ ଲଢ଼େଇ ଚାଲିଛି। ସେ ଘର ଘର ବୁଲି ଭୋଟଭିକ୍ଷା କରୁଛନ୍ତି। ଗଙ୍ଗଧର ସିଂହ ବାବୁ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର