ନୂଆପଡା; ଶାଗୁଆନ କାଠ ଚୋରା ଚାଲାଣ କରୁଥିବାବେଳେ ଧରିଲା ବନ ବିଭାଗ | ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ବିପୁଳ ଶାଗୁଆନ କାଠ ଜବତ ସହ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ନଙ୍ଗଲବୋଡ ପଞ୍ଚାୟତ ଭଟ୍ଟାପାଣିର କଅଁର ମାଝୀ ବୋଲି ଜଣାପଡିଛି। ସୂଚନାନୁସାରେ ନଙ୍ଗଲବୋଡ ପଞ୍ଚାୟତ ଭଟ୍ଟାପାଣିରେ ବିପୁଳ ପରିମାଣର ଶାଗୁଆନ କାଠ ଚୋରା ଚାଲାଣ ନେଇ ବନ ବିଭାଗ ପକ୍ଷରେ ଖବର ପହଞ୍ଚିଥିଲା |
ଏହା ପରେ ବନ ବିଭାଗ ଅଧିକାରୀ ବିମଲ ପ୍ରକାଶ ଟୋକନୋ ଙ୍କ ନେତୃତ୍ବ ରେ ଏକ ଟିମ ସେହି ସ୍ଥାନରେ ଚଢାଉ କରିଥିଲେ। ତେବେ ବନ ବିଭାଗ କର୍ମଚାରୀ ପହଞ୍ଚିବା ପରେ କାଠ ମାଫିଆମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।
ଆଉ ଏଥିରେ ଫରେଷ୍ଟର ଖଗେଶ୍ୱର ମାଝିଙ୍କୁ ଆଘାତ ଲାଗିଥିଲା । ପରେ ଘଟଣାସ୍ଥଳରୁ ୧୦ଖଣ୍ତ ଶାଗୁଆନ କାଠ ଜବତ କରାଯାଇଥିଲା | ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଦୁଇ ଜଣ ଫେରାର୍ ହୋଇ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/6576f2ce-9fba-41d2-bb71-1618a92aca92.jpg)