ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମରେ ପ୍ରବଳ ଭିଡ଼ ଏବଂ କୋଭିଡ ନିୟମ ଉଲ୍ଲଂଘନ ସାଙ୍ଗକୁ ମଦ ବିକ୍ରି ଅଭିଯୋଗ ନେଇ ଅବକାରୀ ବିଭାଗ ଚଢ଼ାଉ କରିଥିଲେ। ଗତକାଲି ସନ୍ଧ୍ୟାରେ ଖଡ଼ିଆଳ ପୁଲିସ ଓ ତହସିଲଦାର ଓ ଅବକାରୀ ବିଭାଗ ମିଶି ଭୁଲିଆସିକୁଆଁ ଗ୍ରାମରେ ଭୁଲିଆସିକୁଆଁ ଶବରପଡାରେ ଘନଶ୍ୟାମ ବାରିକ ତାର ଜଳଖିଆ ଦୋକାନରେ ବେଆଇନ ମଦ ବିକ୍ରି କରି ଭିଡ଼ କରୁଛି ବୋଲି ଖବର ପାଇ ସେଠାରେ ଚଢ଼ାଉ କରିଥିଲେ।
ଦୋକାନୀ ଘନଶ୍ୟାମ ବାରିକ ପୁଲିସ ଓ ତହସିଲଦାରଙ୍କୁ ଗାଳିଗୁଳଜ କରି ଧମକ ଦେଇଥିବା ବେଳେ ଓ ଗୋଟିଏ ଧାରୁଆ ଅସ୍ତ୍ର ଧରି ଖଡ଼ିଆଳ ତହସିଲଦାରଙ୍କୁ ମାରିବାକୁ ଗୋଡ଼ାଇଲା। ପୁଲସି ତାକୁ କାବୁ କରି ତାର ଦୋକାନରୁ ମୋଟ ୩୦୪ ଗୋଟି ବିଦେଶୀ ମଦ ଭର୍ତ୍ତି ବୋତଲ, ୨୮ ଗୋଟି ପାଉଚ ଦେଶୀ ମଦ, ଗୋଟିଏ ଫ୍ରିଜର, ଓ ଛୁରିକୁ ଜବତ କରିଛି। ଅଭିଯୁକ୍ତକୁ ଗିରଫ ବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/nua-2.jpg)