ନୂଆପଡ଼ା: ଓଲଟିଲା ଛେଳି ବୋଝେଇ ଟାଟା ମ୍ୟାଜିକ ଗାଡ଼ି, ୮ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ପାଖରେ ଏକ ଛେଳି ବୋଝେଇ ଟାଟା ମ୍ୟାଜିକ୍ ଗାଡ଼ି ଓଲଟି ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଜାଣିବାକୁ ମିଳିଛି କି ଗୁରୁବାର ଦିନ କୁରୁମପୁରୀ ସପ୍ତାହ ବଜାରରୁ ଛେଳି କିଣାଯାଇ ଏକ ଟାଟା ମ୍ୟାଜିକ୍‌ରେ ନିଆଯାଉଥିବା ବେଳେ ତରବୋଡ଼ ୩୫୩ ନଂ ଜାତୀୟ ରାଜପଥଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାହାଫଳରେ ଏହି ଦୁୁର୍ଘଟଣା ଘଟିଥିଲା।

ଘଟଣାସ୍ଥଳରେ ଅଗ୍ନଶମ ବିଭାଗ ପହଞ୍ଚି ଗାଡ଼ିରେ ଥିବା ୮ ଗୁରୁତରଙ୍କୁ  ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଓ ୪ ଜଣଙ୍କୁ ତରବୋଡ଼ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ କରିଥିବା ଜାଣିବାକୁ ମିଳିଛି। ତରବୋଡ଼ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଟାଟା ମ୍ୟାଜିକ୍‌ ଚାଳକ ଫେରାର ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର