ଶିଶୁ ସହ ୧୦ ଦାଦନ ଉଦ୍ଧାର

ଖଡ଼ିଆଳ: ଗୁରୁବାର ଖଡ଼ିଆଳ ପୁଲିସ ଜଣେ ଶିଶୁ ସହ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ବୁଧବାର ମଧ୍ୟରାତ୍ରରେ ଏକ ଟାଟା ସୁମୋ ଗାଡ଼ି ଯୋଗେ ଖଡ଼ିଆଳ ଦେଇ ହାଇଦ୍ରାବାଦ୍‌କୁ ଶ୍ରମିକମାନେ ଚାଲାଣ ହେଉଥିବା ଖବର ପାଇ ଖଡ଼ିଆଳ ଏସ୍‌ଆଇ ଆଦିତ୍ୟ ମହାକୁରଙ୍କ ନେତୃତ୍ୱରେ ପୁଲିସ ଦଳ ଚଢ଼ଉ କରିଥିଲା। ସେମାନଙ୍କୁ ଖଡ଼ିଆଳ ଥାନାରେ ଅଟକ ରଖା ଯାଇଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ମୁକ୍ତିଲାଲ ନାଏକ ଥାନାରେ ପହଞ୍ଚି ତଦନ୍ତ କରୁଛନ୍ତି। ବେଆଇନ ଭାବେ ଶ୍ରମିକ ଚାଲାଣ କରୁଥିବା ଶ୍ରମିକ ଦଲାଲ ହୀରାଧର ମାଝୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ମରୁଡ଼ି ହୋଇଥିବା ବେଳେ ଗାଁ ଗଣ୍ଡାରେ କାମଧନ୍ଦା ମିଳୁ ନଥିବାରୁ ରାଜ୍ୟ ବାହାରକୁ ଯାଇଥିବା ସୁବର୍ଣ୍ଣି ମାଝୀ, ପରୀକ୍ଷିତ ପହରିଆ ପ୍ରମୁଖ ଶ୍ରମିକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର