ନଦୀ କୂଳରେ ଥାଇ ବି ମେଣ୍ଟୁନି ଶୋଷ : ନଦୀପଠା ଚୁଆଁ ହିଁ ଚିଲିଚିଲାବାସୀଙ୍କ ଭରସା

ଧର୍ମଗଡ଼: ଧର୍ମଗଡ଼ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ପଞ୍ଚାୟତର ଚିଲିଚିଲା ଗାଁରେ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଏହି ଗାଁରେ ୧୦ରୁ ଅଧିକ ନଳକୂଅ ଥିଲେ ମଧ୍ୟ ଏହାର ପାଣି ପାନୀୟ ଜଳ ଉପଯୋଗୀ ନୁହେଁ। ତେଣୁ ଏହି ଗାଁର ଲୋକେ ତେଲ ନଦୀପଠାରେ ଚୁଆଁ ଖୋଳି ପାନୀୟ ଜଳ ସଂଗ୍ରହ କରିଥାନ୍ତି। କିନ୍ତୁ ଆଗକୁ ଖରା ବଢିଲେ ଏହି ସମସ୍ୟା ଦ୍ୱିଗୁଣିତ ହେବ ବୋଲି ଗାଁର ଜାନକୀ ନାଏକ, ଅଞ୍ଜନା ଦୁର୍ଗା, ସୁବର୍ଣୀ ମାଝୀ, ରାଜେଶ୍ୱରୀ ଧଙ୍ଗଡାମାଝୀ, ରେବତୀ ସରାଫ, ଓାର୍ଡ ସଭ୍ୟା ରେବତୀ ସେଠୀ, ସୁନିତା ନାଏକ, ଭାନୁମତି ମାଝୀ ଓ ଅନ୍ୟ ମହିଳାମାନେ ଆଶଙ୍କା ପ୍ରକଟ କରିଛନ୍ତି। ତେବେ ଗାଁରେ ପାନୀୟ ଜଳ ପ୍ରକଳ୍ପ ଦାବିରେ ଗ୍ରାମବାସୀ ଧର୍ମଗଡ଼- ସିନାପାଲି ରାସ୍ତା ଅବରୋଧ କରିଥିଲେ। ସେତେବେଳେ ମିଳିଥିବା ପ୍ରତିଶ୍ରୁତି ଆଜି ଯାଏଁ କାର୍ଯ୍ୟକାରୀ ହୋଇନଥିବା କ୍ଷୀରସିନ୍ଧୁ ନାଏକ, ବଂଶୀଧର ସାଗର, ନିର୍ଧନୀ ସାଗର ଓ ଜୟଶଙ୍କର ମାଝୀ କହିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର