ନୂଆପଡ଼ାରେ ବାଘ ଆତଙ୍କ ଜାରି : ପୁଣି ଥରେ ବାଘକୁ ଦେଖିବା ପ‌ରେ ବନ ବିଭାଗକୁ ଖବର ଦେଲେ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘର ଭୟ ଲାଗିରହିଛି। ଜଳମଡେଇରେ କଲରାପତରିଆ ବାଘ ଜଣେ ବୃଦ୍ଧାଙ୍କୁ ମାରିଥିବା ବେଳେ ପୁଣି ସେହି ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ଗତକାଲି ରାତିରେ ପୁଣି ଜଳମଡେଇକୁ ବାଘ ଆସି ୨ ବାଛୁରୀକୁ ମାରି ଖାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ନୂଆପଡା ବ୍ଲକ ତରିଆ ମହୁଆଭଟାରେ ଚଳିତ ମାସ ୨୦ ତାରିଖ ଦିନ ବାଘଟି ଏକ ବାଛୁରୀକୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗତକାଲି ତରିଆ ମହୁଆଭଟା ଗ୍ରାମର ଜଙ୍ଗଲରେ ୨ଟି ବାଘ ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଛନ୍ତି। ସେମାନେ ବାଘକୁ ଦେଖିବା ପରେ ତୁରନ୍ତ ନୂଆପଡ଼ା ବନବିଭାଗକୁ ଖବର ଦେଇଥିଲେ। ହେଲେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାଘଟି ପଲାଇ ଯାଇଥିଲା।

ନୂଆପଡା ଜିଲ୍ଲା କୋମନା ବ୍ଳକ ସୁନାବେଡା ଅଭୟାରଣ୍ୟ ଓ ନୂଆପଡ଼ା ବ୍ଲକ ଆମାନେରା ପଞ୍ଚାୟତ ତରିଆ ମହୁଆଭଟାରେ ୧୫ ଦିନ ହେବ ବାଘର ଅତଙ୍କ ଲାଗି ରହିଥିବା ବେଳେ ୨ଟି ବଳଦ ଓ ଗୋଟିଏ ବାଛୁରୀକୁ ବାଘ ମାରିଥିବା ସୂଚନା ରହିଛି। ଏହା ସହ ଗୋଟିଏ ମଇଁ‌ଷି ଓ ଗୋଟାଏ ବାଛୁରୀକୁ ଆକ୍ରମଣ କରି ରକ୍ତାକ୍ତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର