ନୂଆପଡା ନୂଆପଡ଼ାରେ ପୁଣି ବାଘ ଆତଙ୍କ। ବାଛୁରୀକୁ ମାରି ଶିକାର କଲା କଲରାପତରିଆ ବାଘ। କେନ୍ଦୁବାହାରା ବିଟ ଅମାନାରା ସେକ୍ସନ ବ୍ରାହ୍ମଣୀ ଗାଁରେ ଘଟିଛି ଏହି ଘଟଣା। ଅଗୁନ ରାଉତଙ୍କ ବାଛୁରୀ ମହୁଲ ଫୁଲ ଖାଇବାକୁ ଯାଇଥିବା ବେଳେ ଭୋର ସମୟରେ ବାଘ ଆକ୍ରମଣ କରିଥିବା ଜଣାଯାଇଛି।
ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୁଚନା ଦେଇଛନ୍ତି ଫରେଷ୍ଟର ଚୁଡାନାଥ ସରାଫ୍। ୬ ଦିନ ହେବ ସିଲିଆରୀ ବାହାରା ଅଞ୍ଚଳରୁ ଏକ ଅସୁସ୍ଥ ବାଘକୁ କାବୁ କରି ଚିକିତ୍ସା କରାଯାଉଥିବା ବେଳେ ଏବେ ପୁଣି ଏକ ବାଘ ସେହି ଅଞ୍ଚଳରେ ଖେଳାଉଛି ଆତଙ୍କ।
ସୂଚନାଯୋଗ୍ୟ, ରବିବାର ଧରମବନ୍ଧା ସେକ୍ସନ ସିଲିଆରିବାହାର ଗାଁର ଏକ ଗାଈ ଜଙ୍ଗଲକୁ ଚରିବାକୁ ଯାଇଥିଲା। ସେଠାରେ ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ୨ଟି ବାଘ ଜଗି ରହିଥିବା ବେଳେ ଗାଈକୁ ଶିକାର କରିଥିଲେ। ଗୋଟିଏ ବାଘ ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଅନ୍ୟଟି ଗାଈକୁ ଖାଇବା ପରେ ଆଉ ସେଠାରୁ ଯାଇପାରି ନଥିଲା। ପରେ ବାଘଟି ଅସୁସ୍ଥ ହେବାସହ ଛଟପଟ ହୋଇଥିଲା।
ଖବର ପାଇ ବନ ବିଭାଗ ଏସିଏଫ୍ ମହମ୍ମଦ ସାଲେହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସଚ୍ଚିତାନନ୍ଦ ପଣ୍ଡା, ବନ୍ୟପ୍ରାଣୀ ବିଭାଗ ଡିଏଫ୍ଓ ସୁଶୀଳ ତ୍ରିପାଠୀ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ବାଘକୁ ଏକ ଜାଲ ସାହାଯ୍ୟରେ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବାଘର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପିଞ୍ଜରାରେ ଭର୍ତ୍ତି କରି ଏକ ଗାଡ଼ିରେ ନୂଆପଡ଼ା ବନ ବିଭାଗ କାର୍ଯ୍ୟାଳକୁ ଅଣାଯାଇଥିଲା। ବିଭାଗୀୟ କାର୍ଯ୍ୟାଳୟରେ ବାଘକୁ ରଖାଯାଇ ଚିକିତ୍ସା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/nua-1.jpg)