ଧରମବନ୍ଧା ଅଞ୍ଚଳରେ ଆତଙ୍କ; ବାଛୁରୀକୁ ପୁଣି ମାରି ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ସିଲିଆରିବାହାରା ଓ କୋଦାପାଲି ଗାଁ ମଧ୍ୟସ୍ଥ ଜଙ୍ଗଲରେ ଏକ ବାଛୁରୀକୁ ମାରି ଖାଇଛି ବାଘ । ବାଛୁରୀଟି କୋଦାପାଲି ଗାଁର ଗୌର ସାହୁଙ୍କ ବୋଲି ଜଣାପଡିଛି ।
ଗତକାଲି ସକାଳେ କୋଦୋପାଲି ଗାଁର ଗୌରଙ୍କ ବାଛୁରୀ ଜଙ୍ଗଲକୁ ଚରିବାକୁ ଯାଇଥିଲା । ହେଲେ ମହୁଲ ଫୁଲ ଖାଇବା ଆଶାରେ ସନ୍ଧ୍ୟା ସୁଦ୍ଧା ବାଛୁରୀ ଘରକୁ ଫେରିନଥିଲା । ବାଘ ଭୟରେ ବାଛୁରୀ ମାଲିକ ଜଙ୍ଗଲକୁ ଖୋଜିବାକୁ ଯାଇନଥିଲେ । ଆଜି ଭୋର ସକାଳୁ ଗୌର ନିଜ ଚାଷ ଜମି ପଟେ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଦୁଇଟି ବାଘ ବାଛୁରୀକୁ ଖାଉଥିବା ଦେଖିବାକୁ ପାଇଥିଲେ ।

ତେବେ ବାଘ ଭୟରେ ବାଛୁରୀ ମାଲିକ ଘରକୁ ଫେରି ଆସିଥିଲେ। ପୂର୍ବାହ୍ନରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଏବେ ସିଲିଆରିବାହାରା ଓ କୋଦାପାଲି ଅଞ୍ଚଳରେ ଆତଙ୍କ ଖେଲଇ ଯାଇଛି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ବାଘ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।

ସମ୍ବନ୍ଧିତ ଖବର