ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ଏକ ରକ୍ତମୁଖା ବାଘ ଆଜିକୁ ୧୯ ଦିନ ହେଲା ଆତଙ୍କ ଜାରି ରଖିଛି। ପୂର୍ବରୁ ଗୋଟିଏ ବଳଦ, ଗୋଟିଏ ମଇଁଷି ଓ ୩ଟି ବାଛୁରୀକୁ ମାରି ଦେଇଥିବା ବେଳେ ତରିଆମହୁଆଭଟା ଗାଁରେ ଆଜି ସକାଳୁ ପୁଣି ଏକ ଗାଈକୁ ମାରି ଖାଇଥିବା ଜଣାଯାଇଛି। ଆମାନେରା ପଞ୍ଚାୟତ ଅଞ୍ଚଳରେ ବାଘଟି ଆଜିକୁ ୧୮ ଦିନ ହେଲା ଆତଙ୍କ ଜାରି ରଖିଛି।
ତେବେ ଦିନକୁ ଦିନ ବାଘ ଆତଙ୍କ ବଢ଼ିବାରେ ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲୋକଙ୍କ ଜୀବନଜୀବିକା ସବୁ ଠପ୍ ହୋଇଯାଇଥିବାରୁ ବହୁ ଦୁଃଖକଷ୍ଟରେ ଜୀବନ ବିତାଉଥିବା ଦେଖାଯାଉଛି। ତେବେ ବିଭାଗ ପକ୍ଷରୁ ସନ୍ଧ୍ୟା ହେଲେ ଲୋକଙ୍କୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଜଳମଡ଼େଇ ଗ୍ରାମର ଜଣେ ବୃଦ୍ଧାଙ୍କୁ ମଧ୍ୟ ବାଘ ମାରିଖାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/db8b90d3-1d4d-4fef-80b1-41b72c715b28.jpg)