ନୂଆପଡ଼ାରୁ ପୁଣି ବାଘଛାଲ ଜବତ, ୨ ଅଭିଯୁକ୍ତ ଗିରଫ

ନୂଆପଡ଼ା: ପୁଣି ନୂଆପଡ଼ାରୁ ବାଘ ଛାଲ ଜବତ। ସିନାପାଲି ପଳାଶପଡ଼ା ଛକରୁ ବାଘଛାଲ ଜବତ କରିଛି ଏସଟିଏଫ। ଅଭିଯୁକ୍ତଙ୍କ ନିକଟରୁ ବାଘଛାଲ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ନୂଆପଡ଼ା ଖରିଆରର ସୁବର୍ବଦନ ସିଂହଦେଓ ଓ ସମାନ ସିଂ ମାଝି । ଉଭୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ ପରେ ଜିନାପଲି ଜେଏମଏଫଏସି କୋର୍ଟରେ ହାଜର କରାଇଛି ଏସଟିଏଫ । କେମିକାଲ ପରୀକ୍ଷା ପାଇଁ ଡେରାଡୁନ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଏହି ବାଘଛାଲ ପଠାଯିବ ବୋଲି ସୂଚନା ରହିଛି।

ତେବେ ଗତକିଛି ଦିନ ତଳେ, ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳରୁ ବନ୍ୟପ୍ରାଣୀଙ୍କ ନଖ, ଚମଡ଼ା, କାତି ଆଦି ଚୋରା ଚାଲାଣ ବେଳେ ଛତିଶଗଡ଼ ପ୍ରଶାସନ ଚଢାଉ କରି ଅନେକ ଥର ମାଫିଆମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସ୍ଥାନୀୟ ବନ ବିଭାଗ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିଲା । ଏଥିସହିତ ବନ ବିଭାଗ ବନ୍ୟଜନ୍ତୁଙ୍କ ବାଘନଖ ଓ ବଜ୍ରକାପ୍ତା ସମେତ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା । ସିନାପାଲି ସହରରେ ଏସବୁ ଜିନିଷ ବିକ୍ରୟ ପାଇଁ ବୁଲୁଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ରାଜପୁତ (୨୯) ରାହୁଲ ରାଜବାଡା (୪୧) ।

ସମ୍ବନ୍ଧିତ ଖବର