ସିନାପାଲି: ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କୁରୁଲୁଭଟା ଗ୍ରାମ ନିକଟରେ ରବିବାର ରାତ୍ରି ୨ଘଣ୍ଟା ୪୫ ମିନିଟ ସମୟ ବେଲେ କଲରାପତରିଆ ବାଘ ଛାଲ ଡିଲ ଚାଲିଥିଲା। ଏହି ସମୟରେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଟିମ ମିଲିତ ଆନୁକୂଲ୍ୟରେ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣ ଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Advertisment

ପ୍ରାପ୍ତ ଖବର ଅନୁସାରେ ବିଶେଷ ସୁତ୍ରରୁ ସିନାପାଲି ବନ ବିଭାଗ କଲରାପତରିଆ ବାଘ ଛାଲ ଡିଲ୍ ହେଉଥିବା ଖବର ପାଇଥିଲେ। ସେଠାରୁ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ବନ ବିଭାଗ ଓ ଛତିଶଗଡ଼ ଏସଟିଏଫ ଟିମ ମିଲିତ ଆନୁକୂଲ୍ୟରେ ଏକ ଟିମ ଗଠନ କରି ଚଢାଉ କରାଯାଇଥିଲା।ଏହି ଚଢାଉ ବେଲେ ଏକ କଲରାପତରିଆ ବାଘ ଛାଲ ଜବତ କରିଥିବା ବେଲେ ୩ଜଣ ଙ୍କୁ ଗିରଫ କରାଯାଇଥିଲା। ୩ ଅଭିଯୁକ୍ତ ଙ୍କୁ ଗିରଫ ପରେ ସେମାନଙ୍କୁ ଅଧିକ ପଚରାଉଚରା କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।

ଗିରଫ ବ୍ୟକ୍ତି ହେଲେ ସିନାପାଲି ବ୍ଲକ ଅନ୍ତର୍ଗତ କୋଲିଆପାତର ଗ୍ରାମର କିଶୋର ସାହାଣ୍ତ, କାନ୍ଦୁଲକୋନା ଗ୍ରାମର ଲକ୍ଷି ମାଝି ଓ ଖରତ ଛତ୍ରିଆ ବୋଲି ଜଣାପଡିଛି। ଏହି ଅଭିଯୁକ୍ତମାନଙ୍କୁ ଗିରଫ ପରେ ସୋମବାର ଏସିଏଫ ଏମ, ଡି, ସାଲିହା ଅଧିକ ପଚରାଉଚରା କରିଥିବା ବେଲେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡିଛି। ଏନେଇ ସିନାପାଲି ବନ ବିଭାଗ କେସ୍ ନମ୍ୱର ୧୨୪ ରେ ଏକ ମାମଲା ରୁଜୁକରି କୋଟ୍ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢାଉରେ ସିନାପାଲି ବନାଞ୍ଚଳ ଅଧିକାରୀ ଜଗଦାନନ୍ଦ ମଙ୍ଗରାଜ, ଫରେଷ୍ଟର ରଂଜନ କୁମାର ସାହୁ , ଅନ୍ୟ କର୍ମଚାରୀ ଓ ଛତିଶଗଡ଼ ଏସଟିଏଫ ଟିମ ସାମିଲ ଥିଲେ।