ଗୋଧସ୍ ଜଳପ୍ରପାତ: ସମ୍ଭାବନା ଅଛି, ଏଯାଏ ମିଳିନି ପର୍ଯ୍ୟଟନସ୍ଥଳୀର ମାନ୍ୟତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ନୂଆପଡ଼ା ବ୍ଲକ୍‌ରେ ଥିବା ଗୋଧସ୍ ଜଳପ୍ରପାତ ଅନ୍ୟତମ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିପାରି ନାହିଁ। ଏହାର ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିଥିବା ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରି ନାହିଁ।

ନୂଆପଡ଼ା ବ୍ଲକ୍‌ର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଭରୁଆମୁଣ୍ଡା ପଞ୍ଚାୟରେ ଅବସ୍ଥିତ ଗୋଧସ୍ ଜଳପ୍ରପାତ। ବଣପାହାଡ଼ ଘେରା ସବୁଜ ବଳୟ ମଧ୍ୟରେ ବର୍ଷ ତମାମ ଏହି ଜଳପ୍ରପାତ ୧୧୦ ଫୁଟ୍ ରୁ ପାଣି ତଳକୁ ପଡ଼ିଥାଏ। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଶ୍ରାବଣ ମାସରେ ଏଠାରେ ପୂଜା ପାଉଥିବା ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଲାଗିଥାଏ। ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ ମଧ୍ୟ ଆଜି ପାର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ରାଜନେତା ମାନଙ୍କ ଆନ୍ତରିକତା ଅଭାବ ହେତୁ ଏହା ପାର୍ଯ୍ୟଟନ ମାନ୍ୟତା ପାଇବାରୁ ବଞ୍ଚିତ ରହିଛି ବୋଲି ସମାଜସେବୀ ଡା. କମଲ କିଶୋର ପଣ୍ଡା କହିଛନ୍ତି। ଏହାର ବିକାଶ ପ୍ରତି ସରକାର ଆଖିବୁଜି ଦେଇଛନ୍ତି।

ନୂଆପଡ଼ା ସଦର ମହାକୁମା ଠାରୁ ୨୭ କିମି ଏହି ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିଥିବା ଗୋଧସ୍ ଯିବା ୨ କିମି ରାସ୍ତା ଶୋଚନୀୟ ହୋଇଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗମନାଗମନର ବିକାଶ ହେଲେ ଏହି ପର୍ଯ୍ୟଟନସ୍ଥଳୀକୁ ଆସିବାପାଇଁ ପର୍ଯ୍ୟଟକମାନେ ଇଚ୍ଛା ପ୍ରକାଶ କରିବେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ସେହିପରି ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ରହୁନଥିବାରୁ ଯୋଗାଯୋଗରେ ସମସ୍ୟା ହେଉଛି। ପାନୀୟଜଳ, ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ମାତ୍ର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କେହି ଆଗକୁ ଆସୁନାହାନ୍ତି। ପ୍ରଶାସନ ମଧ୍ୟ ଏହି ସ୍ଥାନର ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇନାହିଁ ବୋଲି ବିଭନ୍ନ ସମୟରେ ପର୍ଯ୍ୟଟକ ମାନେ ଅଘଟଣା ହୋଇଥାଏ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଏହି ପଳପ୍ରପାତକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏହି ଗୋଧସ୍ ଜଳପ୍ରପାତର ସୌନ୍ଦର୍ଯ୍ୟ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ନୂଆପଡ଼ା ଜିଲ୍ଲା ଗୋଧସ୍ ପ୍ରାକୃତିକ ସୌନ୍ଦର୍ଯ୍ୟ ରକ୍ଷା କରିବା ସହ ଏହାର ପାରିପାର୍ଶ୍ବିକ ବିକାଶ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର