ଥୁଆମୂଳ ରାମପୁର: ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଛକରେ ଏକ ଟ୍ରାକ୍ଟରରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଥିବା ଅନ୍ୟ ୨ଜଣ ଆହତ ହୋଇଛନ୍ତି।
ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଫାଣ୍ଡି ପୁଲିଂପଦରକୁ ମଙ୍ଗଳବାର ରାତିରେ ୫ଜଣ ସାଙ୍ଗ ଟ୍ରାକ୍ଟର ଯୋଗେ ଝାମିଯାତ୍ରା ଦେଖିବାକୁ ଯାଇଥିଲେ। ଫେରୁଥିବା ସମୟରେ ରାତି ପ୍ରାୟ ୧ଟାରେ ଗୁଣପୁର ଛକର ଏକ ବୁଲାଣିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପିଙ୍କୁ ମେହେର(୨୧)ଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୪ଜଣ ସାଙ୍ଗ ମଧ୍ୟରୁ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ୨ଜଣ ପର୍ଶୁରାମ ଗଉଡ଼ ଓ ବିଜୟ ଗଉଡ଼ ଆହତ ହୋଇ ଥୁଆମୂଳ ରାମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ବୁଧବାର ଗୁଣପୁର ପୁଲିସ ଫାଣ୍ଡି ପକ୍ଷରୁ ଖବର ପାଇ ଘଟଣାସ୍ଥଳକୁ ଯାଇ ଏକ ଜେସିବି ସାହାଯ୍ୟରେ ମୃତ ଶବକୁ ଉଦ୍ଧାର କରିଥିଲେ। ଶବ ବ୍ୟବଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ମୃତ ଡ୍ରାଇଭର ପିଙ୍କୁ ଗୋଲାମୁଣ୍ଡା ବ୍ଲକ ଦଶପୁର ଗ୍ରାମର ବୋଲି ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଗୁଣପୁର ଛକରେ ଟ୍ରାକ୍ଟର ଦୁର୍ଘଟଣା:ଡ୍ରାଇଭର ମୃତ, ୪ ଆହତ
/sambad/media/post_attachments/wp-content/uploads/2018/02/dead-body.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)