ମଇଁଷି ଚୋରି ଅଭିଯୋଗରେ ୨ ଗିରଫ

କୋକସରା: କୋକସରା ଥାନା ପୀତବାସପୁରରୁ ମଇଁଷି ଚୋରି ଅଭିଯୋଗରେ କୋକସରା ପୁଲିସ ମଙ୍ଗଳବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଧନସରା ଗ୍ରାମର ରଂଜନ ନାଏକ (୩୦) ଓ ରାମ ନିଆଲ(୩୫)।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୩ ତାରିଖ ଦିନ ପୀତବାସପୁର ଗ୍ରାମର ଟଙ୍କଧର ନିଆଲଙ୍କ ଦୁଇଟି ମଇଁଷି ଚରିବାକୁ ଯାଇଥିବା ବେଳେ ଚୋରି ହୋଇଯାଇଥିଲା। ପରେ ଟଙ୍କଧର ଓ ଭାଇ ଗଗନ ନିଆଲ ଖୋଜିବା ପାଇଁ ଆମପାଣି ରାସ୍ତା ଆଡକୁ ଯାଇଥିବା ବେଳେ ଧନସରା ଗ୍ରାମର ରଂଜନ ଓ ରାମ ସଂପୃକ୍ତ ଉକ୍ତ ମଇଁଷିକୁ ନେଉଥିବା ଦେଖିଥିଲେ। ଏନେଇ ଗ୍ରାମବାସୀଙ୍କୁ ଜଣାଇବାରୁ ଉକ୍ତ ମଇଁଷିକୁ ଅଟକ ରଖିବା ସହ କୋକସରା ପୁଲିସରେ ଅଭିଯୋଗ କରିଥିଲେ। ଏନେଇ କୋକସରା ଥାନା କେସ ନମ୍ବର ୨୬/୧୮ରେ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଏହାଛଡ଼ା ମଇଁଷି ଦୁଇଟିକୁ ଉଦ୍ଧାର କରି ଟଙ୍କଧର ନିଆଲଙ୍କୁ ଜିମା ଦିଆଯାଇଛି ବୋଲି ଥାନାଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର