ନୂଆପଡ଼ା: ଦୁର୍ଘଟଣାରେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ଦୁଇ ବାଇକ ଆରୋହୀ। ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡେ଼ନ ଛକ ପାଖରେ ଖଡ଼ିଆଳର ରୋମାଞ୍ଚଳ ସାହୁ ( ୫୦) ଓ ମଣ୍ଡୋସିଳ ଗ୍ରାମର କାହ୍ନୁ ସାହୁ (୩୦) ଏକ ବାଇକରେ ଖଡ଼ିଆଳ ପଟକୁ ଆସୁଥିବା ବେଳେ ବୋଡେ଼ନ ପଟକୁ ଯାଉଥିବା ମେଗା ପ୍ରୋଜେକ୍ଟର ଏକ କ୍ରେନ ଉଭୟଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଦୁହେଁ ପଡ଼ି ଯାଇଥିଲେ। କ୍ରେନ ସେମାନଙ୍କୁ ଚାପି ଦେଇଥିଲା।

Advertisment

publive-imageପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଜଣ କ୍ରେନ ତଳେ ଚାପି ହୋଇ ରହିଥିଲେ। ଖବର ପାଇ ପୁଲିସ ଆଇଆଇସି କୈଳାସ ଚନ୍ଦ୍ର ସେଠୀଙ୍କ ସମେତ ପୁଲିସ ଦଳ ସହିତ ଜନସାଧାରଣ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ନାକେଦମ ହୋଇଥିଲେ। ପରେ ଆଉ ଏକ କ୍ରେନ ଆସି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା। ରୋମାଞ୍ଚଳ ସାଧାରଣ ଭାବେ ଆହତ ହୋଇଥିବା ବେଳେ କ୍ରିଷ୍ଣା ସାହୁଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଉଭୟଙ୍କୁ ମିସନ ହସ୍ପିଟାଲକୁ ନିଆ ଯାଇଥିବା ବେଳେ ଦରକାର ପଡ଼ିଲେ ରାୟପୁର ନିଆଯିବ ବୋଲି ମେଗା ପ୍ରୋଜେକ୍ଟ ତରଫରୁ ସୂଚନା ଦିଆଯାଇଛି।