ନୂଆପଡ଼ା: ନୂଆପଡା ଜିଲ୍ଲା କୋମନା ଥାନା ରଜନା ଗାଁ ନିକଟସ୍ଥ ଇନ୍ଦ୍ର ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଇନ୍ଦ୍ର ନଦୀର ଘୋଡାଘାଟ ପାଖରେ ମୃ୍ତଦେହ ଦେଖି ପୁଲିସକୁ ଜଣାଇଥିଲେ। କୋମନା ପୁଲିସ ଓ ଅଗ୍ନୀଶମ ବିଭାଗ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଛନ୍ତି। ତେବେ ଏହା ଜଣେ ଅଜଣା ଯୁବକଙ୍କ ମୃତଦେହ ବୋଲି ଜଣାପଡିଛି। ମୃତଦେହର ପ୍ରକୃତ ପରିଚୟ ମିଳି ପାରିନାହିଁ। ମୃତଦେହ ଜବତ କରି ତାହାର ବ୍ୟବଚ୍ଛେଦ ପାଇଁ କୋମନା ମେଡିକାଲକୁ ପଠାଯାଇଛି ।
ଇନ୍ଦ୍ର ନଦୀରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ
/sambad/media/post_attachments/wp-content/uploads/2023/01/Dead-body-File-Photo-1593530371-1.jpg)