ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭେଲା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳବାସୀ ଚିକିତ୍ସା ସେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭେଲା ସିଏଚ୍ସିର ସମସ୍ୟାକୁ ନେଇ ରବିବାର ଭେଲା ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସ୍ଥାନୀୟ ୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୁବଗୋଷ୍ଠୀ, ମହିଳା, ସ୍ବୟଂସହାୟକ ଗୋଷ୍ଠୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଡାକ୍ତରଖାନାରେ ଡାକ୍ତର ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଭେଲା ଡାକ୍ତରଖାନାରେ ଡାକ୍ତର ନିଯୁକ୍ତ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆମାଗୀ ଦିନରେ ଏହି ୮ଟି ପଞ୍ଚାୟତର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। ତଥାପି ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଳମ୍ବନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୋମନା ବ୍ଲକ ଭେଲା, ଆଗ୍ରେନ, ରଜନା, ତୋର୍ଲାମୁଣ୍ଡା, ଝଗ୍ରାହୀ, ସୁନାବେଡ଼ା, ସୋସେଙ୍ଗ, କୁରେଶ୍ବର ଆଦି ପଞ୍ଚାୟତରେ ୩୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ନିୟମ ଅନୁସାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୩ ଜଣ ଡାକ୍ତର ରହିବା କଥା। କିନ୍ତୁ, ବର୍ତ୍ତମାନ ଜଣେ ମଧ୍ୟ କାର୍ଯ୍ୟରତ ଡାକ୍ତର ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଡାକ୍ତର ନଥିବା ଯୋଗୁ ଅଞ୍ଚଳବାସୀ ମୌଳିକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।
ଭେଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ:୮ ପଞ୍ଚାୟତବାସୀଙ୍କ ଆନ୍ଦୋଳନ ଧମକ
/sambad/media/post_attachments/wp-content/uploads/2019/07/kld-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)