ନୂଆପଡ଼ା: କେନ୍ଦ୍ର ଆଦିବାସୀ ଏବଂ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ଵର ଟୁଡୁ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି। ତାଙ୍କୁ ଖରିଆର ରୋଡ ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ମନ୍ତ୍ରୀ ବିଶେଶ୍ଵର ଟୁଡୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଜୋଙ୍କ ନଦୀରେ ଏକ ବ୍ୟାରେଜ ନିର୍ମାଣ କରିବା ସହ ଜଳସେଚନ ଏବଂ ପାନୀୟ ଜଳ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁଦାନ ରାଶିରେ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋଲଡି ଅଗ୍ରୱାଲ, ପ୍ରସନ୍ନ କୁମାର ପାଢୀ, ବିଜେପି ଅଳ୍ପସଂଖ୍ୟକ ସେଲ୍ ସଭାପତି ଓ ଚତୁର୍ଭୁଜ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।