ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ଜଳାଭାବ: ୫୭ଟି ଗାଁରେ ଜଳଯୋଗାଣ ବନ୍ଦ, ପାଣିପାଇଁ ଲୋକେ ଡହଳବିକଳ

ନୂଆପଡ଼ା: ରାଜ୍ୟ ସରକାର ନୂଆପଡ଼ା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରୁ ଗାଁମାନଙ୍କୁ ପାଣି ଯୋଗାଣ ପାଇଁ ଏକ ମେଗା ପ୍ରକଳ୍ପ ୯୦ କୋଟି ଟଙ୍କାର ନିର୍ମାଣ ହୋଇ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ହେଲେ ବର୍ତ୍ତମାନ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ପାଣି ଅଭାବ ହେବା ଫଳରେ ନୂଆପଡ଼ା ବ୍ଳକ ୧୧ଟି ପଞ୍ଚାୟତର ୫୭ଟି ଗାଁରେ ଏକ ମାସ ହେବ ଜଳଯୋଗାଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ପାଣି ପାଇଁ ଲୋକମାନେ ଡହଳବିକଳ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏହାକୁ ଉପରେ ଦୃଷ୍ଟି ଦେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସଦର ବ୍ଳକର ୧୧ଟି ପଞ୍ଚାୟତ ଲୋକଙ୍କୁ ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ଏକ ମେଗା ପାଣି ଯୋଗାଣ ପ୍ରକଳ୍ପ ୯୦ କୋଟି ଟଙ୍କାରେ ନିର୍ମାଣ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ୨୦୨୧ ମାର୍ଚ୍ଚ ମାସରେ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ଏହି ପାଣି ପ୍ରକଳ୍ପରେ ନୂଆପଡ଼ା ବ୍ଳକ ଧରମବନ୍ଧା, ଭରୁଆମୁଣ୍ଡା, ମୋଟା ନୂଆପଡ଼ା, ଆମାନେରା, କେନ୍ଦୁ ବେହେରା, ସାରାବଙ୍ଗ, ଟାନୁୱାର୍ଟ, ଚୁଲାଭାଟ, ଭେରା, ଡୁମେରପାଣି, କେରମେଲୀ ପଞ୍ଚାୟତ ୫୭ଟି ଗାଁ ପାଣି ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି। ମୁଖ୍ୟତଃ ଗ୍ରୀଷ୍ମକାଳରେ ପାଣି ଯୋଗାଣ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଛି। ହେଲେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ନଦେଇ ରବି ଚାଷ ଉପରେ ପାଣି ଡ୍ୟାମ୍ ପାଣି ଶେଷ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସରକାରଙ୍କ ନିମୟ ଅନୁଯାୟୀ ପ୍ରଥମେ ଲୋକଙ୍କୁ ପିଇବା ପାଣି ରଖାଯାଇ ବାକି ପାଣି ଚାଷକାମରେ ଲଗାଇବାକୁ ନିର୍ଦେଶ ରହିଛି। ହେଲେ ନୂଆପଡ଼ା ଜିଲ୍ଲା ପ୍ରଶାସନର ଓଲଟା ନୀତି ଯୋଗୁ ଡ୍ୟାମରେ ପାଣି ନଥିବାରୁ ଆଜିକୁ ଏକ ମାସ ହେବ ୧୧ଟି ପଞ୍ଚାୟତର ୫୭ ଗାଁର ପାଣି ଯୋଗାଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଯାହାଫଳରେ ଏହି ଗାଁ ଲୋକ ପାଣି ପାଇଁ ପ୍ରତିଦିନ ଡହଳବିକଳ ହେଉଛନ୍ତି। ରାଜ୍ୟ ସରକାର ଏତେ ବଡ଼ ପାଣି ପ୍ରକଳ୍ପ ନିର୍ମାଣ କରିଛି। ହେଲେ ଜିଲ୍ଲା ପ୍ରଶାସନର ଖାମଖିଆଲ ନୀତି ହେତୁ ଆଜି ୧୧ଟି ପଞ୍ଚାୟତ ପାଣି ଯୋଗାଣ ବନ୍ଦ କରହିଛି। ଯାହାକି ଜିଲ୍ଲା ପ୍ରଶାସନ ମଣିଷ ପିଇବା ପାଣି ପ୍ରଥମେ ରଖିବା କଥା ପରେ ଅନ୍ୟ ଆଡ଼କୁ ପାଣି ଦେବା କଥା। ଏଥିରେ ଜିଲ୍ଲାପ୍ରଶାସନ ସଂପୂର୍ଣ୍ଣ ଦାୟୀ ବୋଲି ଧରମବନ୍ଧା ପୂର୍ବତନ ସରପଞ୍ଚ ଓମ ପ୍ରକାଶ କଲାର ଦାବି କରିଛନ୍ତି। ଏହା ଉପରେ ନୂଆପଡ଼ା ଆରଡବ୍ଳୁଏସଏସ ନିର୍ବାହୀ ଅଧିକାରୀ ଗୋପାଲ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରିବ ଚାଷ ପାଇଁ ଚାଷୀଙ୍କୁ ପାଣି ଦେବାରୁ ପାଣି ପରିମାଣ କମି ଯାଇଥିବାରୁ ପାଣି ଯୋଗାଣ ପାଇଁ ଅସୁବିଧା ହେଇଛି। କିଛି ଦିନ ହେବ ପାଣି ଯୋଗାଣ ବନ୍ଦ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଆରଡବ୍ଳୁଏସଏସ ଜେଇ ସାଗର ବିଶ୍ବାଳ କହିଛନ୍ତି ଡ୍ୟାମରେ ପାଣି ନଥିବାରୁ ‌ ଯୋଗାଣ ହୋଇପାରି ନାହିଁ। ହେଲେ ଅନ୍ୟ ବ୍ୟବସ୍ଥା କରି କିଛି ଗାଁକୁ ପାଣି ଦିଆଯାଉଛି। ଏହା ଉପରେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର