ନୂଆପଡ଼ା: ଗୁରୁବାର ଲଖନା ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ଉରେ ୫୦ ଲିଟର ହାତରନ୍ଧା ମଦ ଏବଂ ୮୦ କେଜି ମହୁଲ ପୋଚ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଆଜି ପ୍ରଥମେ ଲଖନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ଗ୍ରାମର କୋସୁ ମାଝୀଙ୍କ ଠାରୁ ୧୦ ଲିଟର ହାତରନ୍ଧା ଦେଶି ମଦ ଏବଂ ୩୦ କେଜି ମହୁଲ ପୋଚ ଜବତ କରାଯାଇଥିଲା। ପରେ ଦିଆମୁଣ୍ଡା ଗ୍ରାମର ନିତ୍ୟା ମାଝୀଙ୍କ ଠାରୁ ୨୦ ଲିଟର ହାତରନ୍ଧା ଦେଶି ମଦ ସହିତ ୫ଟି ବସ୍ତାରେ ଥିବା ୫୦ କେଜି ମହୁଲ ପୋଚ ଜବତ କରାଯାଇଥିଲା। ଉପରୋକ୍ତ ୨ଟି ମାମଲା ଅବକାରୀ ବିଭାଗରେ ହୋଇଥିବାବେଳେ ଦିଆମୁଣ୍ଡାର କ୍ଷୀରସିନ୍ଧୁ ମାଝୀଙ୍କ ଠାରୁ ୨୦ ଲିଟର ହାତରନ୍ଧା ଦେଶି ମଦ ଜବତ କରାଯାଇ ଲଖନା ଥାନାରେ ମାମଳା ରୁଜୁ ହୋଇଥିବା ଆଇଆଇସି ସରୋଜ ମଲ୍ଲିକ ପ୍ରକାଶ କରିଛନ୍ତି। ଉକ୍ତ ଚଢଉରେ ଅବକାରୀ ଇନିସପେକ୍ଟର, ଲଖନା ଥାନା ଏସଆଇ ଦିଲ୍ଲୀପ ଧଳ, ଖଗେଶ୍ୱର ନାଏକ, ସୁନା ମାଝୀ, ଧରମରାଜ ଦଣ୍ଡସେନା, ଧୀରେନ କଟା, ସୁରେନ୍ଦ୍ର ସୁନା, କୁଳମଣି ଧରୁଆ, ପଂଚମୀ ଶବର ପ୍ରମୁଖ ସାମିଲ ଥିଲେ।
ମଦ ଓ ମହୁଲ ପୋଚ ଜବତ: ୩ ଗିରଫ
/sambad/media/post_attachments/wp-content/uploads/2018/01/drinking-wine-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)