ବିଷକ୍ରିୟାରେ ମହିଳା ମୃତ

ନୂଆପଡ଼ା: ଧରମବନ୍ଧ ଥାନା ଧରମବନ୍ଧା ଗ୍ରାମର ଦୁକଲା ସତନାମୀଙ୍କ ସ୍ତ୍ରୀ କୁମାରୀ ସତନାମୀ (୪୫)ଙ୍କ ରବିବାର ବିଷକ୍ରିୟାରେ ମୃତ୍ୟୁ ଘଟିଛି। ସକାଳେ କୁମାରୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମୁହଁରୁ ଫେଣ ବାହାରୁଥିବାରୁ ବିଷକ୍ରିୟାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର