କୂଅରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁଣ୍ଡାପଲା ପଞ୍ଚାୟତ ବଙ୍ଗାମୁଣ୍ଡା ଗାଁରେ ଏକ କୂଅରୁ ଜଣ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ମହିଳା ଜଣକ ହେଲେ ସୁଶିଲା ରଣା(୨୫)। ଏନେଇ ଲଖନା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
କୋମନା ଥାନା ରେଙ୍ଗ ଗାଁର ସୁଶିଲା ବଙ୍ଗାମୁଣ୍ଡା ଗାଁର ଦିବ୍ୟପାଲଙ୍କୁ ବିବାହ କରିଥିଲେ। ଗତ ୧୫ ତାରିଖରେ ରେଙ୍ଗ ନିଜ ମା’ ଘର କେଶରୀକୁ ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ଗତ ୨୫ରେ ତାଙ୍କ ସ୍ୱାମୀ ଦିବ୍ୟପାଲଙ୍କ ସହ ବଙ୍ଗାମୁଣ୍ଡା ଗାଁକୁ ଫେରିଥିଲେ। ଗୁରୁବାର ଭୋର ୫ଟାରୁ ସୁଶିଲା ଘର ବାହାରକୁ ଯାଇ ଘରକୁ ଫେରିନଥିଲେ। ଏନେଇ ଲଖନା ଥାନାର ଦିବ୍ୟପାଲ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ସୁଶିଲାଙ୍କ ଭାଇ ତ୍ରିନାଥ ବି ବଙ୍ଗାମୁଣ୍ଡା ଯାଇ ଖୋଜାଖୋଜି କରିଥିଲେ। ଘର ନିକଟରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏକ କୂଆରେ ତାଙ୍କ ମୃଦ ଦେହ ପଡ଼ିଥିବା ଜଣାପଡ଼ିଥିଲା। ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର