ମଦଭାଟି ଉଚ୍ଛେଦ ଦାବିରେ ମହିଳାଙ୍କ ଧାରଣା

ନୂଆପଡ଼ା: ଜିଲ୍ଲା ସଦର ମହକୁମା ନିକଟ ସାରାବଙ୍ଗ ପଞ୍ଚାୟତର ସଦର ଠାରେ ଥିବା ଦେଶୀ ମଦ ଭାଟିକୁ ଉଚ୍ଛେଦ କରିବା ଦାବିରେ ଲାଞ୍ଜିମାର, ଭଇଁଷମୁଣ୍ଡି, ମାଉଳିଭଟା, ରାଟାପାଲି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମଦଭାଟି ସମ୍ମୁଖରେ ଧାରଣା ଦେଇଥିଲେ। ଅପରାହ୍ନରେ ନୂଆପଡା ଥାନାରେ ଆନ୍ଦୋଳନକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମାଜିଷ୍ଟ୍ରେଟ ସୁଶାନ୍ତ ରଣା, ଏସଡିପିଓ ବିଦ୍ୟୁତ ପଣ୍ଡା, ନୂଆପଡା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ, ଅବକାରୀ ବିଭାଗ ଏସଆଇ ପ୍ରମୁଖ ଉପସ୍ଥିତି ରହି ଭାଟି ନିକଟରେ ସ୍କୁଲ, ଡାକ୍ତରଖାନା, ସାପ୍ତାହିକ ବଜାର ବସୁ ଥିବାରୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ନୂଆପଡା ଆଇଆଇସି ଶ୍ରୀ ମହନ୍ତ ଅବକାରୀ ଜିଲ୍ଲା ଅଧୀକ୍ଷକଙ୍କୁ ସାରବଙ୍ଗସ୍ଥିତ ସେଲ କାଉଣ୍ଟରକୁ ସ୍ଥାନାନ୍ତର କରିବା ପାଇଁ ଚିଠି ଲେଖିଥିଲେ। ଏହାର ଏକ ନକଲ ଆନ୍ଦୋଳନକାରୀଙ୍କୁ ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ଏହି ବୈଠକରେ ଅନ୍ଦୋଳନକାରୀଙ୍କ ପ୍ରତିନିଧି ଭାବରେ ସ୍ଥାନୀୟ ସରପଂଚ ଭରତଲାଲ ରାଉତ, ସମିତି ସଭ୍ୟ ଟୁକେଶ୍ୱର ଯାଦବ, କମଲେଶ ଦିକ୍ଷୀତ, ପ୍ରକାଶ ଦିକ୍ଷୀତ, ଲାଲସିଂ ମାଝୀ, ରାମସିଂ ମାଝୀ, ଘନଶ୍ୟାମ ଦିକ୍ଷୀତ, ଗୋପାଳ ପଟେଲ, ଯୱାନଲାଲ ସାହୁ, ରାମଚନ୍ଦ୍ର ସାହୁ, କୁଶଳ ପଟେଲ, ସନ୍ତରାମ ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର