ନୂଆପଡ଼ା: ରୋୟଲ କ୍ଲବ ଗନିଆରୀ ଦ୍ୱାରା ବିଶ୍ୱ ସାଇକେଲ ଦିବସ ପାଳିତ

ନୂଆପଡ଼ା: ନୂଆପଡା ଜିଲ୍ଳା କୋମନା ବ୍ଲକ ଗନିଆରୀ ରୋୟଲ କ୍ଲବ ଓ ନେହେରୁ ଯୁବ କେନ୍ଦ୍ର ନୂଆପଡା ଆନୁକୂଲ୍ୟରେ ବିଶ୍ଵ ସାଇକେଲ ଦିବସ ପାଳିତ ହୋଇଯାଇଛି। ଶାରିରୀକ ସ୍ୱାସ୍ଥ୍ୟ ବ୍ୟାମର ଉପକାରିତା ଉଦ୍ୟେଶ ନେଇକି ଗନିଆରୀ ଗ୍ରାମରୁ ଯଡାମୁଣ୍ଡା ପର୍ଯ୍ୟନ୍ତ ଏକ ସାଇକେଲ୍‌ ରାଲିର ଆୟୋଜନ କରାଯାଇଥିଲା ଓ ଆଗାମୀ ଦିନରେ ଲୋକେ କିଭଳି ଯୋଗ ବ୍ୟାୟାମ କରିବେ ସେଥିପ୍ରତି ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁରେଶ୍ୱର ହାଇସ୍କୁଲ ,ଗନିଆରୀ ସ୍କୁଲ ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ରୋୟଲ କ୍ଲବର ସଦସ୍ୟ ଥୟରାମ ହଂସ, ଟିକେଶ୍ଵର ହଂସ, ଥବିର ହଂସ,ଦୀପକ ବାଗ, ଜୟନ୍ତ ନାଗ, ରୁଦ୍ରାକ୍ଷର ହଂସ, ଗିରିଧାରୀ ଧରୁଆ, ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର