ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁର ଜଣେ ଯୁବକ ବେକରେ ଦଉଡ଼ି ଦେଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ୩୨ ବର୍ଷିୟ କିରଣ ସରାଫ। ସେ ବିବାହିତ ବୋଲି ବି ଜଣାଯାଇଛି। ପାରିବାରିକ କଳହକୁ କେନ୍ଦ୍ରକରି ସେ ନିଜ ଘରେ କବାଟ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଝରକା ବାଟେ ମୃତକଙ୍କ ଶବ ଝୁଲୁଥିବା ଦେଖିବା ପରେ ପଡ଼ୋଶୀମାନେ ପୁଲିସକୁ ଏବିଷୟରେ ସୁଚନା ଦେଇଥିଲେ। ହେଲେ ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ପୁଲିସ ପହଞ୍ଚି ନଥିବାରୁ ଶବଟି ଝୁଲନ୍ତା ଅବସ୍ଥାରେ ରହିଛି। ଶବ ଉଦ୍ଧାର ହୋଇ ପାରିନାହିଁ।