ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଛତା ଗାଁର ମୋହରୀ ଫେର୍ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କୋମନା ପୁଲିସ। ମୃତ ଯୁବକ ଉକ୍ତ ଗାଁର ଲଳିତ ମାଝୀ (୩୬) ବୋଲି ଜଣାପଡ଼ିଛି। ଗତ ୪ ଦିନ ତଳେ ମୃତ ଯୁବକ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ବି ଲଲିତଙ୍କ କିଛି ପତ୍ତା ମିଳିନଥିଲା। ଏନେଇ ପରିବାର ଲୋକେ ଲଳିତ ନିଖୋଜ ଥିବା କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
କୋମନା ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ସନ୍ଧ୍ୟାରେ ଛତା ମୋହରୀ ଫେର୍ ଜଙ୍ଗଲରେ ଏକ ଗଛରେ ଲଲିତଙ୍କ ମୃତଦେହ ଝୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ କୋମନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଲଳିତ ମାଝୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଓ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ କଲା ପରେ ଜଣାପଡିବ ବୋଲି ପୁଲିସ ତରଫରୁ ସୂଚନା ମିଳିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କୋମନା ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/komna-PS.jpg)