ନଈରେ ବୁଡ଼ି ଯୁବକ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ବାବେବିର ପଞ୍ଚାୟତ ବର୍ତନସିଲ ନିକଟସ୍ଥ ଅହିଲାଟ ନଳାରେ ପାଣିରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ବୋଡେନ ଅଗ୍ନିଶମ ବିଭାଗ ଆସି ଯୁବକଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ଯୁବକର ମୃତ୍ୟୁ ହୋଇସାରିଥିଲା। ଯୁବକ ଜଣକ ବର୍ତନସିଲ ଗ୍ରାମର ମଧୁବନ କଟା।

ସୂଚନା ମତେ ମଧୁବନ କୁଳିଙ୍ଗାମାଳ ଗ୍ରାମରୁ ନିଜ ଗ୍ରାମକୁ ଆସୁଥିବା ସମୟରେ ମାକରଛନ୍ଦାରେ ଏହି ଘଟଣା ଘଟିଥିଲା। ମଧୁବନ କଟା (୩୦) ସୋମବାର ଦିନ ଅପରାହ୍ନ ୩ ଘଣ୍ଟା ସମୟରେ ଆସୁଥିଲେ ଏବଂ ଉକ୍ତ ସ୍ଥାନରେ ନଇ କୂଳରେ ସାଇକେଲ, ଏଟିଏମ କାର୍ଡ, ଟଙ୍କା ପଇସା ରଖି ନଈକୂଳକୁ ଯାଇଥିଲେ। କୌଣସି କାରଣରୁ ନଈ ଭିତରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ। ଉକ୍ତ ସ୍ଥାନରେ ସାଇକଲ ସହିତ ଅନ୍ୟ ସବୁ ପଡ଼ିଥିବା ଦେଖି, ନଈରେ ବୁଡ଼ିଯାଇଥିବା ଅନୁମାନ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସଂପର୍କରେ ଖବର ପାଇ ବୋଡେନ ପୁଲିସ ପହଞ୍ଚି ତଦନ୍ତ କରି ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ସମ୍ବନ୍ଧିତ ଖବର