ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଝାଞ୍ଜିମୁଣ୍ଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ହେମସିଂ ମାଝୀ (୨୨)। ସେ ଗାଁ ସ୍କୁଲ ପାଖରେ ଥିବା ବେଳେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ।
ନୂଆପଡ଼ା: ବଜ୍ରାଘାତରେ ଯୁବକଙ୍କର ମୃତ୍ୟୁ
/sambad/media/post_attachments/wp-content/uploads/2023/05/nuapada-DHH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)