ନୂଆପଡ଼ା: ଗୁରୁବାର ସକାଳେ ସଦର ବ୍ଲକ୍‌ ଅନ୍ତର୍ଗତ ଧରମବନ୍ଧା ପଞ୍ଚାୟତର ଶିଶୁ ମନ୍ଦିର ପଛ ପଟୁ ଏକ ଶବ ଉଦ୍ଧାର କରାଯାଇଛି।

Advertisment

ଶବଟି ଧରମବନ୍ଧା ଗାଁ’ର ଯମୁନା ପ୍ରସାଦ ସାହୁଙ୍କ ପୁଅ ୨୫ ବର୍ଷିୟ କିଶୋର। ଶବ ତଣ୍ଟିରେ କଟା ଚିହ୍ନ ରହିଥିବାରୁ କେହି ତାଙ୍କୁ ହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। କିଶୋର ନୂଆପଡ଼ାସ୍ଥିତ ‘ଆଶା ଓଡ଼ିଶା’ ନାମକ ଏନ୍‌ଜିଓର ଆକାଉଣ୍ଟ୍‌ସ୍‌ ବିଭାଗରେ କାମ କରୁଥିଲେ।

ଖବର ପାଇ ଧରମବନ୍ଧା ଥାନା ଅଧିକାରୀ ଦିଲୀପ କୁମାର ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।