ଯୁବକଙ୍କ ଆତ୍ମହତ୍ୟା

ନୂଆପଡ଼ା/ବୋଡ଼େନ: ବୋଡେନ ଥାନା ବାବେବୀର ଗାଁର ନିମାଇଁ ହଂସ(୨୦) ମଙ୍ଗଳବାର ନିଜ ଗାଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବୁଧବାର ସକାଳେ ବୋଡେନ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ୫ ବର୍ଷ ତଳେ ନିମାଁଇଙ୍କ ବାପା ଲବ ଟିବି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ମା’ କାନ୍ତି ଓ ଭଉଣୀ ମେନକା ସହ ସେ ରହୁଥିଲେ। ନିମାଁଇ ଅନ୍ୟ ରାଜ୍ୟକୁ ଯାଇ କୁଲି କାମ କରୁଥିଲେ। କିଛି ଦିନ ତଳେ ଗାଁକୁ ଫେରିଥିଲେ।

ସମ୍ବନ୍ଧିତ ଖବର