ଖଡ଼ିଆଳ: ସରଧାପୁର ଗ୍ରାମର ଥବିର ଶବର(୨୨) ତାଙ୍କ ମାମୁ ଘର ଖାସବାହାଲକୁ ରବିବାର ଭୋଜି ଖାଇବାକୁ ଆସିଥିଲେ। କୌଣସି କାରଣରୁ ଖାସବାହାଲର ଗୋଟିଏ କ୍ଲବ ଘରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ଗାଁ ଲୋକେ ଜାଣିଲା ପରେ ଚିକିତ୍ସା ପାଇଁ ତାଙ୍କୁ ଖଡ଼ିଆଳ ମିସନ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠି ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ଖଡିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ କରୁଛି।
ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/03/suicide-in-hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)