କୋଭିଡରେ ନିଯୁକ୍ତ ହୋଇଥିବା ଛଟେଇ ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା 

ଭବାନୀପାଟଣା: କୋଭିଡ ସମୟରେ ନିଯୁକ୍ତି ପାଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଛଟେଇ କରାଯାଇଛି । ସେମାନଙ୍କୁ ପୁନର୍ବାର ନିଯୁକ୍ତି ଦାବି ନେଇ ଆଜି କୋଭିଡ ନିଯୁକ୍ତିପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ପୂର୍ଣ୍ଣ କୁମାର ନାଏକ ଓ ସ୍ଵର୍ଣ୍ଣଲତା ରଣାଙ୍କ ନେତୃତ୍ୱରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । କୋଭିଡ ସମୟରେ ଜୀଵନ କୁ ବାଜି ଲଗେଇ ଉଭୟ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ । ବର୍ତ୍ତମାନ ସେମାନଙ୍କୁ ଛଟେଇ କରାଯିବା ଦ୍ୱାରା ଜୀବିକା ହରାଇଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ପୁନର୍ବାର ନିଯୁକ୍ତି ପ୍ରଦାନ କରିଥିଲେ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।  ଏନେଇ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଆଜିଠାରୁ ଏହି ଧାରଣା ଆରମ୍ଭ ହୋଇଥିବା ବେଳେ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦେଇଛନ୍ତି ।
ସମ୍ବନ୍ଧିତ ଖବର