ରାଉରକେଲା: ରାଉରକେଲା ଜେପି ହସ୍ପିଟାଲରେ ଜେପି ହସ୍ପିଟାଲ କର୍ମଚାରୀ କଲ୍ୟାଣ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସରକାରୀ ଡାକ୍ତରଖାନାର ସେବିକା ଲତିକା ଖାଲ୍କୋ, ସମ୍ମାନୀତ ଅତିଥି ଭାବେ ସୁଷମା ଡୁଙ୍ଗୁଡୁଙ୍ଗୁ, ଜ୍ୟୋତ୍ସା ବିଶ୍ବାସ, ବିତ୍ମିତା ପଟେଲ, ସୁନୀତା ଜେନା, ଅମୀୟା ଗୋଖ୍ରା, ବିଦ୍ୟୁତ୍ ପ୍ରଭା, ଅର୍ଚ୍ଚନା କବି, ସ୍ମିଟା, ମଞ୍ଜୁଲତା ସହୁ, ସୁମିତା ପଣ୍ଡା, ଡୋରୋଥିଆ ଟପ୍ପୋ, ଜେପି ହସ୍ପିଟାଲର ସି.ଏଇ.ଓ ତଥା ଜିୱାର ସଭାପତି ଡା. ଦି. କେ. ମିଶ୍ର, ଏମ୍‌ଏସ୍‌ ଡା. ଦେବାଶିଷ ପଟ୍ଟନାୟକ, ଡା. ଏସ୍. କେ. ମହାପାତ୍ର, ଡା. ବିଶ୍ୱଜିତ୍ ମହାପାତ୍ର, ଡ଼ା. ଆର. ପ୍ରଦୀପ କୁମାର, ମଞ୍ଜୁଳା ସାହୁ, ଉପାଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେନାପତି, ସୁମନ ମହାରାଣା, ସସ୍ମିତା ପ୍ରଧାନ, କରିଷ୍ମା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସେବିକା ଦିବସର ମହତ୍ତ୍ବ ଓ ସମାଜର କଲ୍ୟାଣ ସଂପର୍କରେ ମତବ୍ୟକ୍ତ କରିଥିଲେ। ଡାକ୍ତରଖାନାର ଡିଏନ୍‌ଏସ୍ ସ୍ବପ୍ନା ରାଣୀ ଜେନା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ।

Advertisment

ପରେ କର୍ମଚାରୀଙ୍କ ଦ୍ବାରା ଫ୍ୟାନ୍ସୀ ଡ୍ରେସ୍, ଗୀତ, ନୃତ୍ୟ, ମେହେନ୍ଦୀ, ପ୍ରବନ୍ଧ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଜେତାମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ବାନ୍ଦିତା ପାତ୍ର ଧନ୍ୟବାଦ ଦେଇଥିଲେ।