୩ ଦିନ ହେଲା ହଷ୍ଟେଲରେ ପାଣି ନାହିଁ, ରାସ୍ତାକୁ ଓହ୍ଲାଇଲେ ନର୍ସିଂ ଛାତ୍ରଛାତ୍ରୀ

ସୁନ୍ଦରଗଡ଼: ବହୁ ଅଵ୍ୟବସ୍ଥାରେ ଥିବା ସୁନ୍ଦରଗଡ଼ ସରକାରୀ ନର୍ସିଂ ମହାବିଦ୍ୟାଳୟ ହଷ୍ଟେଲକୁ ୩ ଦିନ ହେଲା ପାଣି ଆସୁ ନାହିଁ। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ସ୍ନାନଶୌଚଠାରୁ ଆରମ୍ଭ କରି ପିଇବା ଓ ରୋଷେଇ ପାଇଁ ବଡ଼ ସମସ୍ୟା ଦେଖାଦେଇଛି। କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ବର୍ଷା ସତ୍ତ୍ବେ ୨ କିଲୋମିଟର ରାସ୍ତା ଚାଲିଚାଲି ଯାଇ ସିଡିଏମଓଙ୍କୁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର