୨ଲକ୍ଷ ଟଙ୍କାର କାଜୁ ଚାଲାଣ; ଜିଏସ୍‌ଟି ନ ଦେଇ ଧରାପଡ଼ିଲା ସରକାରୀ ବସ୍‌

ଜୟପୁର: ସରକାରୀ କର (ଜିଏସଟି) ପାଙ୍କି ବଲାଙ୍ଗୀର ଏକ୍ସପ୍ରେସ ବସ୍‌ରେ କାଜୁ ଚଳାଣ ହେଉଥିଲା। ଏହାକୁ ଜିଏସଟି ଡେପୁଟି କମିସନର ପି.ସି ଦେବତା ବୋରିଗୁମ୍ମା ନିକଟରେ ଧରିଥିଲେ। ବସରେ ୨ଲକ୍ଷ ଟଙ୍କାର କାଜୁ ଯାଉଥିଲା। ରଣ୍ଡାପାଲ୍ଲୀର ଏକ କାଜୁ ମିଲରୁ ଏହା ବଲାଙ୍ଗୀର ଯାଉଥିଲା। କାଜୁ ଡ଼ବା ଗୁଡ଼ିକର ବିଲ୍ କିମ୍ବା କାଗଜପତ୍ର କିଛି ନଥିବା ବେଳେ ଜିଏସଟି କଟାଯାଇନଥିବା ଯାଂଚ ବେଳେ ଜଣା ପଡ଼ିଥିବା କହିଛନ୍ତି ଜିଏସଟି ଡେପୁଟି କମିସନର। କାଜୁ ପାଇଁ ୫ପ୍ରତିଶତ ଜିଏସଟି ଏବଂ ୫ପ୍ରତିଶତ ଜୋରିମାନା ଦେବା ପରେ କାଜୁ ଦିଆଯିବ ବୋଲି କହିଛନ୍ତି କମିସନର। ସଂପ୍ରତି ଏସବୁକାଜୁ ଡ଼ବା ବୋରିଗୁମ୍ମା ଥାନାରେ ଜିମା ଦିଆଯାଇଛି ବୋଲି କହିଛନ୍ତି ଡେପୁଟି କମିସନର। ସରକାରୀ ବସ ହେଉ ବା ଘରୋଇ ଦ୍ରୁତଗାମୀ (ଏକ୍ସପ୍ରେସ) ବସ ଗୁଡ଼ିକରେ ନିୟମିତ ଭାବେ ସବୁ ଦିନ ଏଭଳି କର ପାଙ୍କି କାଜୁ ମଂଜି ଚାଳଣ ହେଉଛି।

ଖାସ୍ କରି ଓଏସଆରଟିସିର ବିଜୟୱାଡା, ବିଶାଖାପାଟଣା, କଟକ, ଭୁବନେଶ୍ବର, ଅନୁଗୁଳ, ରାଉରକେଲା, ସମ୍ବଲପୁର ଓ ବଲାଙ୍ଗୀର, ଘରୋଇ ବସ ମାଲିକ ସଂଘର ରାୟପୁର, ବିଶାଖାପାଟଣା, ଭୁବନେଶ୍ବର, ବିଶାଖାପାଟଣା ଯାଉଥିବା ବସ ଗୁଡ଼ିକରେ ବି ମଂଜି ଚାଳାଣ ହେଉଛି। ସରକାର ପ୍ରତିବର୍ଷ ଏବାବଦରେ ଲକ୍ଷାଧିକ ଟଙ୍କାର କର ବି ହରାଉଛନ୍ତି। ସେହିଭଳି କିଛି ଗଂଜେଇ ଚାଳାଣକାରୀ ବି କାଜୁ ମଂଜି ଡ଼ବାରେ ବି ସବୁଜ ଜହରକୁ ବି ଚାଳାଣ କରୁଛନ୍ତି। ଏହି ଅଳ୍ପ ଦିନ ତଳେ ରାୟପୁର ବସଷ୍ଟାଣ୍ଡ ନିକଟରେ ଜୟପୁରରୁ ଯାଇଥିବା କାଜୁ ଡବାରୁ ଗଂଜେଇ ଧରିଛି ଛତିଶଗଡ ପୁଲିସ। ଏହି ଯାଂଚକୁ ନିୟମିତ କରିବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର