ଦୁର୍ନୀତିମୁକ୍ତ ଓ ନିରପେକ୍ଷ ଜନସେବା ପାଇଁ ଶପଥ ନେଲେ ସରକାରୀ ଅଧିକାରୀ ଓ କର୍ମଚାରୀ

ଖୋର୍ଦ୍ଧା: ଆଜି ଠାରୁ ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଛି। ଏହା ନଭେମ୍ବର ୧ ତାରିଖ ଯାଏଁ ଚାଲିବ। ଉକ୍ତ ଅବସରରେ ଆଜି ଖୋର୍ଦ୍ଧାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ଓ ନିରପେକ୍ଷ ଜନସେବା ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଶପଥ ନେଇଛନ୍ତି।

Sambad

ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକଙ୍କ ସଂଯୋଜନାରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ଦାୟିତ୍ୱବୋଧର ଶପଥ ନେଇଥିବା ବେଳେ ଖୋର୍ଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଖୋର୍ଦ୍ଧା ପୌର ପରିଷଦର କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ତଥା ପୌର ପରିଷଦ ନିର୍ବାହୀ ଅଧିକାରୀ ଆଇ ଗୌରବ ଶିବାଜୀଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର