ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ ବୀର ଯବାନଙ୍କୁ, ବାଉଁଶରେ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଯୁବ ଶିଳ୍ପୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ ନିଜର ବାଉଁଶ ହସ୍ତକଳା ମାଧ୍ୟମରେ ବୀର ଯବାନ ମାନଙ୍କ ସମ୍ମାନ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ। ତାଙ୍କ ସହିଦକୁ ଏକ ବର୍ଷ ପୁରିଥିବା ବେଳେ ତାଙ୍କ ଶ୍ରଦ୍ଧାଞ୍ଜଳି ଉଦେଶ୍ୟରେ ରଜତ ରଞ୍ଜନ ନାଥ ନିଜ କଳା କାରୀଗର ମାଧ୍ୟମରେ ବାଉଁଶରେ ସହିଦ ଯବାନଙ୍କ ଜୀବନ୍ତ ଚିତ୍ର ଆଙ୍କିଛନ୍ତି ନିଜ ହାତରେ।

ନିଜ କଳା ସାହାଯ୍ୟରେ ସହିଦ ଯବାନ ଙ୍କର ଚିତ୍ରକୁ ଜୀବନ୍ତ ଭାବେ ବାଉଁଶରେ ଚିତ୍ରିତ କରିଛନ୍ତି। ବୀର ଯବାନ ମାନଙ୍କୁ ଆନ୍ତରିକତାର ସହିତ ନିଜ କଳା ସାହାଯ୍ୟରେ ବାଉଁଶରେ ଯବାନ ମାନଙ୍କ ଚିତ୍ର ଆଙ୍କି ତାଙ୍କୁ ଭକ୍ତିପୃତ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ଏହି ନିଆର ଢଙ୍ଗରେ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକୁ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ରଜତ ରଞ୍ଜନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ସେ ରାଜ୍ୟ ତଥା ଦେଶ ସ୍ଥରରେ ନିଜ କଳାର ପ୍ରଚାର ପ୍ରସାର କରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର