ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବାରିପଦା: ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ତରଫରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସ୍ଥପତି ପଦ୍ମ ବିଭୂଷଣ ରଷୁନାଥ ମହାପାତ୍ରଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କ ବିୟୋଗରେ କଳା, ଭାସ୍କର୍ଯ୍ୟର ଏକ ଯୁଗର ଅନ୍ତ ହେଲା ବୋଲି ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚର ସଭାପତି ସରୋଜ କୁମାର ନାୟକ, ମଞ୍ଚର ପୃଷ୍ଠପୋଷକ ସଦସ୍ୟ କବି ଅମିତାଭ ମିଶ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ୨୦୧୩ ମସିହାରେ ତାଙ୍କର ମୟୂରଭଞ୍ଜ ଗସ୍ତ ଅବସରରେ ଜିଲ୍ଲାର ସଂସ୍କୃତି ର ବିକାଶ ପାଇଁ ସ୍ବର୍ଗତ ମହାପାତ୍ର ଯେଉଁ ଉପଦେଶ ଦେଇଥିଲେ ଆଜି ବି ତାହା ସମସ୍ତଙ୍କ ମନରେ ଉଜ୍ଜୀବିତ ଅଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଏହି ସୁନାମ ଧନ୍ୟ ବ୍ୟକ୍ତିତ୍ୱଙ୍କ ବିୟୋଗରେ ସମଗ୍ର ଓଡ଼ିଆ ଜାତି ଆଜି ମର୍ମାହତ ବୋଲି ମଞ୍ଚପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ସମ୍ବନ୍ଧିତ ଖବର