ଚାନ୍ଦବାଲି : ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗତ ରବିବାର ହୋଇଥିବା ଗ୍ଲାସିୟର ଭୁଷୁଡ଼ିବା ଘଟଣାରେ ପ୍ରାୟ ୧୭୦ ଶ୍ରମିକ ଓ ସ୍ଥାନୀୟ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଚାନ୍ଦବାଲିରଜଣେଶ୍ରମିକ ନିଖୋଜ ଥିବା ପରିବାର ଲୋକେ କହିଛନ୍ତି ।
ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତ କୁଦକାନ୍ଥି ଗାଁର ରବିନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସ ବୋଲି ଜଣାପଡ଼ିଛି । ଗତ ବର୍ଷ ନଭେମ୍ବର ମାସ ଜଣେ ପ୍ରବାସୀ ଶ୍ରମିକ ଭାବରେ ଉତ୍ତରାଖଣ୍ଡକୁ ଯାଇଥିବା ବେଳେ ସେଠାରେ ଋଷିଗଙ୍ଗା ନଦୀରେ ନିର୍ମିାଣାଧୀନ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟକରୁଥିଲେ ।
ଦୁର୍ବିପାକର ଦିନକ ପୂର୍ବରୁ ଅର୍ଥାତ ଗତ ୬ ତାରିଖରେ ସେ ଫୋନ ଯୋଗେ ଘର ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ । ମାତ୍ର ୭ ତାରିଖ ବରଫ ବନ୍ୟା ପରେ ତାଙ୍କ ସହ ପରିବାର ଲୋକଙ୍କ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ଏହାକୁ ନେଇ ପରିବାର ଲୋକେ ଆଶଙ୍କାରେ ରହିଛନ୍ତି ।
ଘରେ ୩ ମାସର ଶିଶୁପୁତ୍ର
ନାଗାର୍ଜୁନ ଗତ ୨୦୧୯ରେ ବିବାହ କରିଥିବା ବେଳେ ମାତ୍ର ୩ମାସର ଗୋଟିଏ ଶିଶୁ ପୁତ୍ରଅଛନ୍ତି ।ତେବେ ନିଜ ଶିଶୁପୁତ୍ରକୁ ସେ ଏପର୍ଯ୍ୟନ୍ତ ଦେଖିନାହାନ୍ତି । କାରଣ ସେ ଗତ ବର୍ଷ ରୋଜଗାର ସନ୍ଧାନରେ ଘର ଛାଡ଼ିବାବେଳକୁ ପତ୍ନୀ ଅନ୍ତଃସତ୍ତ୍ବା ଥିଲେ ।
ଗତ ୬ତାରିଖଫୋନ ଯୋଗେଶିଶୁପୁତ୍ର ଓ ପତ୍ନୀ ସହିତ ସେ ହସଖୁସିରେ କଥା ହୋଇଥିଲେ ।ମାତ୍ର ଏପରି ତାଙ୍କ ନିଖୋଜ ଖବରପାଇବା ପରେ ହସଖୁସିର ପରିବାର ହଠାତ ନିସ୍ତବ୍ଧ ହୋଇଯାଇଛି ।