ତାମିଲନାଡୁରେ କମ୍ପାନି ନିର୍ଯାତନ ସହି ନ ପାରି ଲୁଚି ପଳାଇଲେ ଓଡ଼ିଆ ଯୁବତୀ, ଫସିଲେ ୭ଜଣ

ବ୍ରହ୍ମପୁର: ବ୍ଲକ ନିଯୁକ୍ତି ମେଳାରେ ଚୟନ ହୋଇ ତାଲିମ ପାଇବା ପରେ ତାମିଲନାଡୁରେ ଦରଜି (ଟେଲର) ଭାବେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର କିଛି ଯୁବତୀଙ୍କୁ ସେଠାକାର କମ୍ପାନିରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଆଙ୍କୁଲି ପଞ୍ଚାୟତରୁ ଯାଇଥିବା ୮ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀ କେଉଁଆଡେ ଲୁଚି ପଳାଇଥିବା ବେଳେ ଏବେ ଆହୁରି ୭ ଜଣ ଓଡ଼ିଆ ଯୁବତୀ ସେଠାରେ ଫସି ରହିଛନ୍ତି।

କମ୍ପାନି କର୍ତ୍ତୃପକ୍ଷ ସେମାନଙ୍କୁ ଯିବାକୁ ଅନୁମତି ଦେଉ ନ ଥିବାରୁ ଭୟଭୀତ ହୋଇ ଅସହାୟ ଅବସ୍ଥାରେ ସେମିତି ପଡ଼ି ରହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପରିବାରବର୍ଗ ଆକୁଳ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ୮ ମାସ ପୂର୍ବରୁ ପାତ୍ରପୁର ବ୍ଲକରେ ଆୟୋଜିତ ନିଯୁକ୍ତି ମେଳାରେ ଏହି ୮ ଜଣ ଯୁବତୀ ସିଲେଇ ବିଭାଗରେ ଚୟନ ହୋଇଥିଲେ। ଭୁବନେଶ୍ୱରରେ ତାଲିମ ସାରିବା ପରେ ତାମିଲନାଡୁସ୍ଥିତ ଏକ କମ୍ପାନି ‘କଟନ୍‌ ଗ୍ଲୋସନ୍‌ ଇଣ୍ଡିଆ ଲିମିଟେଡ’ରେ ଚାକିରି ପାଇଥିଲେ।

ସମ୍ବନ୍ଧିତ ଖବର