ଉମରକୋଟ: ଜଣେ ଯୁବତୀ ଦାଦନ ଖଟିବାକୁ ଯାଇ ନିଖୋଜ ହେଇ ଯିବା ସାଧାରଣରେ ଚକିତ କରିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ ଭରାଣ୍ଡି ଗ୍ରାମ ପଞ୍ଚାୟତର କଇଲାରି ଗ୍ରାମର ବଲମଣି ପୁଜାରୀ ୩ ବର୍ଷ ତଳେ ସ।ଙ୍ଗ ମାନଙ୍କ ସହ ସିଲାଇ ଶିଖିବାକୁ ତାମିଲନାଡୁର ତ୍ରିପୁର ଯାଇଥିଲା। ସେଠାରେ ଯାଇ ବର୍ଷକ ପରେ ବାପାଙ୍କ ପାଖକୁ ୧୦ ହଜାର ଟଙ୍କା ପଠାଇ ଥିଲା। ବର୍ଷକ ତଳେ ଝିଅ ବାପାଙ୍କୁ ଫୋନ କରିଥିଲା।

Advertisment

ତେବେଠୁ କୌଣସି ଯୋଗାଯୋଗ ନଥିଲା। ବାପା ଦୀନବନ୍ଧୁ ପୂଜାରୀ ଝିଅ ସହ ଯୋଗାଯୋଗ ପାଇଁ ଚେଷ୍ଟା କଲେ ମଧ୍ୟ ସଫଳ ହେଇ ପ।ରିନଥିଲେ। ତେବେ ଜୁନ ୨ ତାରିଖ ଦିନ ବାପାଙ୍କୁ କଲ କରି ମୁ ଘରକୁ ଆସୁଛି ବୋଲି କହିଥିଲେ। କିଛି ଦିନ ପରେ ସେ ସିଲାଇ କେନ୍ଦ୍ରରୁ ଫୋନ ଆସିଲା ଯେ ତୁମ ଝିଅ ବାପା ମରି ଯାଇଛନ୍ତି ବୋଲି ଦରଖାସ୍ତ ଦେଇ ଜଣେ ଲୋକଙ୍କ ସହ ଏଠାରୁ ବାହାରିଲା।

ତେବେ ମାସେ ହେଲା ଝିଅ ଘରେ ନ ପହଞ୍ଚିବାରୁ ବାପା ଓ ପରିବାର ଲୋକେ ଝିଅକୁ କିଏ ଆଣିଛି ବୋଲି ଅନୁସନ୍ଧାନ କରିବାରୁ ଡ।ବୁଗାଁ ଥାନା ଅନ୍ତର୍ଗତ ଜ।ମଗୁଡ଼ା ଗ୍ରାମର ଜଣେ ଦଲାଲ ଆଣିଥିବା ଜାଣି ପାରିଥିଲେ। ତେବେ ସେହି ଦଲାଲ ସହ ବଡ଼ କଷ୍ଟରେ ପରିବାର ଲୋକେ ଯୋଗାଯୋଗ କରି ଥିଲେ। ପ୍ରଥମେ ଦଲାଲ ଜଣଙ୍କ କହିଲା ମୁଁ ତ ବଡ ଭରଣ୍ଡିରେ ବସରେ ଆସି ଓହ୍ଲାଇ ଦେଲି ତ କେତେବେଳେ କହିଲା ଆଜି ଆସିବ, କାଲି ଆସିବ ବୋଲି କହି କହି ବର୍ତ୍ତମାନ ଦଲାଲ ନିଜ ସିମ ବଦଳାଇ ଦେଇଛନ୍ତି। ଏବେ ପରିବାର ଲୋକେ ଝିଅ ସହ ଯୋଗାଯୋଗ କରି ଲେ ମଧ୍ୟ ସମ୍ଭବ ହେଇ ପ।ରୁ ନାହି। ବର୍ତ୍ତମାନ ଚିନ୍ତାରେ ପରିବାର ଲୋକେ। ବାପାକୁ ଝିଅ ମୁ ରୋଜଗାର ପାଇଁ ଯାଇ ଟଙ୍କା ପଠାଇବି ଓ ଘରର ଆର୍ଥିକ ଅବସ୍ଥା ସୁଧାରିବ କହି ଘରୁ ବାହାରିଥିଲା। ତେବେ ସଂପୂର୍ଣ୍ଣ ନିରକ୍ଷର, ନିରୀହ ଓ ଗରିବ ବାପା କଣ କରିବ କିଛି ଜାଣି ପାରୁନି। ତେବେ ବଲମଣି ତାମିଲନାଡୁରେ ନା ଉମରକୋଟରେ ନିଖୋଜ ହେଲେ ତାହା ଜିଲ୍ଲା ପ୍ରଶାସନ ଓ ପୁଲିସ ଖୋଜିବା ପାଈଁ ବିକଳ ଭାବେ ବାପା ଦୀନବନ୍ଧୁ ଅନୁରୋଧ କରିଛନ୍ତି।