ଜୟପୁର: ଜୟପୁରର ନଡିଆବାଡ଼ ସାହିର କାଳିପୁ ସନ୍ୟାସୀ ରାଓଙ୍କ ପୁଅ କାଳିପୁ ମଧୁ ଏବେ ଟଲିଉଡ୍ ଇଣ୍ଡଷ୍ଟ୍ରିରେ ଜଣେ ଉଦୀୟମାନ ଚଳଚ୍ଚିତ୍ର ପ୍ରଯୋଜକ ଭାବେ ସ୍ବତନ୍ତ୍ର ସ୍ଥାନ ଲାଭ କରିଛନ୍ତି। ବାପା ଜଣେ ଲୁଗା ବେପାରୀ ହୋଇଥିଲେ ହେଁ ମଧ୍ୟବର୍ତ୍ତୀ ପରିବାରରୁ କୋରାପୁଟ ପରି ପଛୁଆ ଜିଲ୍ଲା ଜୟପୁରର ଯୁବକ ହାଇଦ୍ରାବାଦ ଯାଇ ଜୀବନସଂଘର୍ଷରେ ହାର ନ ମାନି ନିଜ ଉଦ୍ୟମରେ ଜଣେ ସଫଳ ଚଳଚ୍ଚିତ୍ର ପ୍ରଯୋଜକ ହୋଇ ପାରିଛନ୍ତି । ତାଙ୍କ ପ୍ରଯୋଜନା ସଂସ୍ଥା ‘‘ରାଜା ଶ୍ୟାମଳା ଏଣ୍ଟରଟେନମ୍ୟାଣ୍ଟ’’ ଦ୍ବାରା ପ୍ରସ୍ତୁତ ଚଳଚ୍ଚିତ୍ର ‘‘ ରଙ୍ଗାମାରତନ୍ଦା’’ ଏବେ ବିଶ୍ବସ୍ତରରେ ମୈତ୍ରୀ ମୁଭିସ୍ ଦ୍ବାରା ୩୫୦ଟି ସିନେମା ହଲରେ ଗତ ୨୩ ତାରିଖରୁ ରିଲିଜ୍ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତାର ସହ ଚାଲିଛି। ଏହି ଚଳଚ୍ଚିତ୍ରକୁ ଲୋକେ ପସନ୍ଦ କରିବା ସହ ବିଶ୍ବସ୍ତରରେ ୮.୫ ରେକର୍ଡରେ ସ୍ଥାନ ପାଇଛି। ସେଭଳି ଏହି ଚଳଚ୍ଚିତ୍ରଟିକୁ ଆମାଜନ୍ ପ୍ରାଇମ୍ କିଣି ନେବା ସହ ଓଟିଟି ଫର୍ମରେ ରିଲିଜ୍ ବି କରିଛି। ଗତ ତିନି ଦିନ ହେବ ଆମାଜନ୍ ପ୍ରାଇମ ଓ ପେନଇଣ୍ଡିଆ ଚଳଚ୍ଚିତ୍ର ବର୍ଗରେ ପ୍ରଥମ ସ୍ଥାନରେ ରହି ଆସିବା ସହ ହିଟ ସାବ୍ୟସ୍ତ ହୋଇଥିବା କହିଛନ୍ତି ମଧୁ। ୧୫କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଇଥିବା ଏହି ଚଳଚ୍ଚିତ୍ରର ସମସ୍ତ ଆୟ ଆସିଯାଇଥିବା କହିଛନ୍ତି ମଧୁ। ଏହି ଚଳଚ୍ଚିତ୍ରକୁ ବିଶିଷ୍ଟ ନିର୍ଦ୍ଦେଶକ କ୍ରିଷ୍ଣା ବମଶୀ ନିର୍ଦେଶନା ଦେଇଛନ୍ତି। ସେଭଳି ଏଥିରେ ଅଭିନେତା ପ୍ରକାଶ ରାଜ, ରାମ୍ୟା କ୍ରୀଷ୍ଣା, ଚିରଜିଂବୀ, ବ୍ରହ୍ମାନନ୍ଦମ୍, ଅନୁସୂୟା ଭରଦ୍ବାଜ, ରାହୁଲ ଶିଳ୍ପଗୁଞୀ, ଆଲିରେଜା, ଶିବାତ୍ମିକା ରାଜଶେଖର ରହିଥିବା ବେଳେ ସଂଗୀତ ବିଶିଷ୍ଟ ସଂଗୀତକାର ଇଲିୟା ରାଜା ଦେଇଛନ୍ତି।
/sambad/media/post_attachments/wp-content/uploads/2023/04/jpr-madhu-2-bramhanndam-1.jpg)
୨୦୧୬ ମସିହାରେ ମରାଠୀରେ ନିର୍ମିତ ଚଳଚ୍ଚିତ୍ର ‘ନଟସମ୍ରାଟ’ର ଏହା ରିମେକ୍ ବୋଲି ମଧୁ କହିଛନ୍ତି। ଏହି ଚଳଚ୍ଚିତ୍ରଟି ୨୦୨୩ର ୧୦ଟି ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ମଧ୍ୟରେ ସାମିଲ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ମଧୁ। ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ବିକ୍ରମ ଦେବ ମହାବିଦ୍ୟାଳୟରେ ବାଣିଜ୍ୟରେ ଯୁକ୍ତ ୨ ଓ ଯୁକ୍ତ ୩ ପଢ଼ିଥିଲେ। ୧୯୯୯ମସିହାରେ ଯୁକ୍ତ ୩ ବାଣିଜ୍ୟରେ ପାସ କରିବା ପରେ ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ସହଯୋଗୀ ମାଲିକ ଭାବେ ରହି ଆସିଥିଲେ। ପରବର୍ତ୍ତୀ ସମୟରେ ସେ ହାଇଦ୍ରାବାଦ ଯାଇ ସେଠାରେ ସଫଟୱେୟରରେ ପାଠ ପଢ଼ିବା ସହ କିଛି ଆଇଟି କଂପାନୀରେ ଚାକିରୀ କରିଥିଲେ। ଏହାରି ମଧ୍ୟରେ ସେ ରିଏଲଇଷ୍ଟେଟ୍ ବ୍ୟବସାୟରେ ନିଜକୁ ସାମିଲ କରିବା ସହ ୨ଚକିଆ ଯାନବାହାନ ବିକ୍ରୀ ସୋ ରୁମ୍ ହାଇଦ୍ରାବାଦରେ ଖୋଲି ବ୍ୟବସାୟ କରିଥିଲେ । ୨୦୦୮ମସିହାରେ ସେ ସାଇକିରଣ ଆଡଭିଙ୍କ ସହ ଯୋଗାଯୋଗରେ ଆସି ବିନାୟକଡୁ ଚଳଚ୍ଚିତ୍ରର ସୁଟିଂ ସମୟରେ ନିଜକୁ ସାମିଲ କରି କିଭଳି ଚଳଚ୍ଚିତ୍ର ନିର୍ମାଣ କରାଯାଏ ଏବଂ ଏଥି ପାଇଁ ରହିଥିବା ବିଭିନ୍ନ ବିଭାଗଗୁଡିକରେ କାମ କରିବା ସହ କିଭଳି ପ୍ରଯୋଜକମାନେ ପୁଜିଂ ବିନିଯୋଗ କରି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ତାହାର କଳା ଓ କୌଶଳ ଶିଖିଥିବା କହିଛନ୍ତି ମଧୁ। ଗତ ୧୫ବର୍ଷ ଧରି ସେ ବିଭିନ୍ନ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହ ରହି ବିଭିନ୍ନ ଚଳଚ୍ଚିତ୍ର ନିର୍ମାଣରେ ନିଜକୁ ସାମିଲ କରି କଳା ଓ କୌଶଳକୁ ଶିକ୍ଷା ଲାଭ କରିଥିବା କହିଛନ୍ତି । ତାଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ଭାବେ ‘‘ରଙ୍ଗାମାରତନ୍ଦା’’ ନିର୍ମାଣ କରିଥିବା କହିଛନ୍ତି। ନିର୍ଦ୍ଦେଶକ କ୍ରୀଷ୍ଣ ବମସୀଙ୍କ ନିର୍ଦ୍ଦେଶନାରେ ‘‘ଆନ୍ମମ’ ଓ ସନ୍ତୋଷ ଜାଗରୁଲାଙ୍କ ନିର୍ଦ୍ଦେଶନାରେ ‘‘ବରାହି’’ ତାଙ୍କ ପ୍ରଯୋଜନାରେ ନିର୍ମାଣ ହେବ ବୋଲି କହିଛନ୍ତି ମଧୁ।
‘‘ବରାହି’’ରେ ଅଭିନେତା ସୁମନ୍ତ ଆକିନେନୀ ମୁଖ୍ୟଭୁମିକାରେ ରହିବେ ବୋଲି କହିଛନ୍ତି। ତାଙ୍କ ମାତୃଭୂମି କୋରାପୁଟ ଭୁସ୍ବର୍ଗ। ପ୍ରକୃତି ଓ ସବୁଜ୍ ବନାନୀ ଏଠାରେ ରହିଛି। ଆଗାମୀ ଦିନରେ ତାଙ୍କ ଚଳଚ୍ଚିତ୍ରର କିଛି ଗୀତକୁ ଏଠାରେ ସୁଟିଂ କରିବେ ବୋଲି କହିଛନ୍ତି ମଧୁ। ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଏଥିରେ ସ୍ଥାନୀୟ କଳାକାରଙ୍କୁ ନେଇକରିବା ଲକ୍ଷ୍ୟ ରହିଛି । ସେ ନିର୍ମାଣ କରୁଥିବା ତେଲୁଗୁ ଚଳଚ୍ଚିତ୍ରରେ ଯଦି କେହି ଭଲ ଅଭିନେତା ଅଭିନୟ କରିବାକୁ ଚାହିଁଲେ ତାଙ୍କ ସହ ଯୋଗାଯୋଗ କରିବାକୁ ବି ସେ ଅନୁରୋଧ କରିଛନ୍ତି। ଜଣେ ହାଟ ଲୁଗା ବେପାରୀ ସନ୍ୟାସୀ ଓ ଗୃହିଣୀ ରମଣିଙ୍କ ପୁଅ ଭାବେ ମୁଁ ନିଜକୁ ଗର୍ବିତ ମନେ କରୁଛି ବୋଲି କହିଛନ୍ତି ମଧୁ। ନିଜ ମଧ୍ୟରେ ଦୃଢ଼ ଇଛାଶକ୍ତି, ଲକ୍ଷ୍ୟ, ମନୋବଳ, ଏକାଗ୍ରତା ରହିଲେ ନିଶ୍ଚିତ ଆଜିର ଯୁବ ସମାଜ ସଫଳ ହୋଇ ପାରିବେ ବୋଲି କହିଛନ୍ତି ମଧୁ। ନିଜ ଜନ୍ମମାଟିରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବା ଏବଂ ଦର୍ଶକ ପ୍ରସନ୍ଦ କରିବା ଏବଂ ଏଠାକାର କଳାକାରମାନେ ତାଙ୍କୁ ଦେଇଥିବା ସମ୍ବର୍ଦ୍ଧନା ତାଙ୍କ ଜୀବନର ଶ୍ରେଷ୍ଠ ସମ୍ବର୍ଦ୍ଧନା ବୋଲି କହିଛନ୍ତି ମଧୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/4a64ed91-cf88-4e41-b1ab-e4f329dbfbda.jpg)