ସିଲ୍‌ ହେଲା ଓ‌ଡ଼ିଶା-ଛତିଶଗଡ଼ ସୀମା, ସମସ୍ତ ବସ ସେବା ବନ୍ଦ

ଉମରକୋଟ: ଆଜି ନବରଙ୍ଗପୁର ଜିଲ୍ଲାକୁ ଲାଗିଥିବା ଓଡ଼ିଶା-ଛତିଶଗଡ଼ ସୀମାକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ସିଲ୍ କରିଦେବା ସହ ଯାଞ୍ଚ ଓ କଟକଣ।କୁ କଡ଼ା କରିଛି। ରାଜ୍ୟ ସରକାର ୧୦ ତାରିଖ ଠାରୁ ଓଡ଼ିଶାରୁ ଛତିଶଗଡ଼କୁ ସମସ୍ତ ପ୍ରକାର ଗମନାଗମନ ବ୍ୟବସ୍ଥାକୁ ବନ୍ଦ କରିଛନ୍ତି। ଆଜି ଉମରକୋଟ ପ୍ରଶାସନ ଦଣ୍ଡସର। ଓ ସିଂସ।ରିଠାରେ ଓଡ଼ିଶା ଛତିଶଗଡ଼ ସୀମାକୁ ସିଲ କରିଦେଇଛି।

ଆଜି ସକାଳେ ଉମରକୋଟ ତହସିଲଦାର ଡକ୍ଟର ହିମାଚଳ ମାଝୀ, ଏସ୍‌ଡିପିଓ ଦିନେଶ କୁମାର ନାୟକ, ଆଇଆଇସି ନରେଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଆଇଆଇସି ଲିମାରାଜ ପ୍ରଧାନ ୨ଟି ସ୍ଥାନରେ ଫାଟକ ତିଆରି କରି ସୀମାକୁ ସିଲ୍ କରିଦେବା ସହ ଦିନ-ରାତି ଲୋକଙ୍କ ଯାତାୟତ ଉପରେ ନଜର ରଖିଛନ୍ତି। ଉମରକୋଟ ତହସିଲଦାର ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି। କୌଣସି ବସ୍‌କୁ ଛଡା ଯିବ ନାହି।  ଯଦି କୌଣସି ବ୍ୟକ୍ତି ନିଜ ଗାଡ଼ିରେ ଓଡ଼ିଶା ସୀମାକୁ ପ୍ରବେଶ କରିବା ପାଇଁ ଚାହିବ, ତେବେ ସେହି ବ୍ୟକ୍ତିଙ୍କୁ ୭୨ ଘଣ୍ଟା ଭିତରେ କରାଯାଇଥିବା କୋଭିଡ-୧୯ ରିପୋର୍ଟ ନେଗେଟିଭ୍‌ ଦେଖାଇବା ଆବଶ୍ୟକ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ଜରୁରୀକାଳୀନ ଭିତ୍ତିରେ ଓଡ଼ିଶା ସୀମା ପ୍ରବେଶ କରିବା ପାଇଁ ଚାହିବ ଆଉ ତାଙ୍କ ପାଖରେ କୋଭିଡ ନେଗେଟିଭ ରିପୋର୍ଟ ନଥିବ, ସଂପୃକ୍ତ ବ୍ୟକ୍ତିଙ୍କୁ ୭ ଦିନ ସଂଗରୋଧରେ ରହିବ। ପାଇଁ ଏକ ଲିଖିତ ଭାବରେ ପ୍ରଶାସନକୁ ଜଣେଇବାକୁ ପଡ଼ିବ।

ଛତିଶଗଡ଼ ସୀମାକୁ ପ୍ରବେଶ ପାଇଁ ଯେତେ ରାସ୍ତା ରହିଛି ସେ ସବୁ ଅଞ୍ଚଳର ସବୁ ସରପଂଚ, ସମିତି ସଭ୍ୟ, ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡ ସଭ୍ୟଙ୍କୁ  ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ପଂଚାୟତସ୍ତରୀୟ ସଭ୍ୟମାନଙ୍କୁ କୁହାଯାଇଛି ଯେ, ଯେଉଁମାନେ ଛତିଶଗଡ଼ରୁ ଓଡ଼ିଶା ଆସୁଛନ୍ତି ସେମାନଙ୍କର ସବିଶେଷ ବିବରଣୀ ଲେଖି ରଖିବା ସହ ତୀକ୍ଷ୍ଣ ନଜର ରଖିବେ। ସେହିଭଳି ପ୍ରତିଦିନ ସେମାନଙ୍କ ତଥ୍ୟ ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଜଣାଇବେ। କିନ୍ତୁ ଖାଦ୍ୟ ସାମଗ୍ରୀ ଧରି ଆସୁଥିବା ସମସ୍ତ ଯାନବାହାନକୁ ଓଡ଼ିଶାରେ ପ୍ରବେଶ ପାଇଁ କୌଣସି କଟକଣ। ନାହି ତହସିଲଦ।ର ସୂଚନା ଦେଇଛନ୍ତି। ଆଜିଠାରୁ ପୁଲିସ ତରଫରୁ ଯାଂଚକୁ କଡ଼ାକଡ଼ି କରିବା ପରେ ଏହି ଅଞ୍ଚଳଟି ଖାଁଖାଁ ଲାଗୁଛି। ଛତିଶଗଡ଼ ସୀମାରେ ଥିବା ସବୁ ଗ୍ରାମରେ କରେନା ସଂକ୍ରମିତ ଲୋକଙ୍କର ସଂଖ୍ୟ। ହୁହୁ ହୋଇ ବଢ଼ି ଚାଲିଛି ତେଣୁ ଉମରକୋଟ ବ୍ଲକ ପ୍ରଶାସନକୁ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର