ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଦୋଳପାଦି ଗ୍ରାମର ୩୪ ବର୍ଷୀୟ ବେଣୁଧର ନାୟକ ମହରାଷ୍ଟ୍ରର ପୁଣେରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ପରିବାର ଲୋକେ ତାଙ୍କର ପାର୍ଥୀବ ଶରୀରକୁ ପୁଣେରୁ ଭୁବନେଶ୍ୱର ଆଣିବା ପାଇଁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଅନୁରୋଧ କରିଥିଲେ। ପରେ ଶ୍ରୀ ସାମଲଙ୍କ ତତ୍ତ୍ୱାବଧାନେରେ ମୃତକ ବେଣୁଧରଙ୍କ ପାର୍ଥୀବ ଶରୀରକୁ ପୁଣେରୁ ଭୁବନେଶ୍ୱର ଅଣାଯାଇଥିଲା। ପରିବାର ଲୋକଙ୍କ ପାଖରେ ଅର୍ଥାଭାବରୁ ପାର୍ଥୀବ ଶରୀରକୁ ଭୁବନେଶ୍ୱରରୁ ଭଦ୍ରକ ଦୋଳପଦି ଗ୍ରାମକୁ ନେବାପାଇଁ ସମସ୍ୟା ଉପୁଜିଥିଲା । ଏହି ବିଷୟରେ ବିଧାୟକ ଶ୍ରୀ ସାମଲ ଏବଂ ଭଦ୍ରକ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲା ଏବଂ ମୃତକଙ୍କ ଭାଇଙ୍କ ସହିତ ଯୋଗାଯୋଗ କରି ଆଜି ପୂର୍ବାହ୍ନ ସମୟରେ ପାର୍ଥୀବ ଶରୀରକୁ ଭୁବନେଶ୍ୱର ବିମାନବନ୍ଦରରୁ ଏକ ଆମ୍ବୁଲାନ୍ସ୍ ଯୋଗେ ମୃତକଙ୍କ ଗ୍ରାମ ଭଦ୍ରକ, ଦୋଳପଦିକୁ ପଠାଇଦିଆଯାଇଥିଲା । ସେଠାରେ ବିଧାୟକ ଶ୍ରୀ ସାମଲଙ୍କ ଉପସ୍ଥିତରେ ବେଣୁଧରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।
ପାର୍ଥୀବ ଶରୀରକୁ ଜନ୍ମମାଟିକୁ ପଠାଇବାପାଇଁ ସହାୟତା ଯୋଗାଇଲା ଓଡ଼ିଶା-ମୋ ପରିବାର
/sambad/media/post_attachments/wp-content/uploads/2022/05/e556c567-a95d-4dc4-a196-09c64530f650.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)